ଆରାଧ୍ୟ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଫାନି ବିପନ୍ନଙ୍କୁ ରିଲିଫ୍ ବଣ୍ଟନ

ଚଳିତମାସ ୩ ତାରିଖରେ ହୋଇଥିବା ବାତ୍ୟା ଫନୀ ଯୋଗୁଁ ପୁରୀ ଜିଲ୍ଲା ସବୁଠାରୁ ଅଧିକ କ୍ଷତିଗ୍ରସ୍ଥ ହୋଇଥିଲା । ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ଓ ନିମାପଡ଼ା ବ୍ଲକରେ ବ୍ୟାପକ କ୍ଷୟକ୍ଷତି ହୋଇଛି ।

ଲୋକଙ୍କ ଘରଦ୍ୱାର ଭାଙ୍ଗିବା ଯୋଗୁଁ ଲୋକେ ବେଘର ହୋଇଯାଇଛନ୍ତି । ପିଇବାକୁ ଶୁଦ୍ଧ ପାଣି ଓ ବିଦ୍ୟୁତ୍ ସମସ୍ୟା ଲୋକଙ୍କୁ ଅଧିକ କଷ୍ଟ ଦେଉଛି ।

ସେଠାକାର ଲୋକଙ୍କର ଏହି ଦୁର୍ଦ୍ଦିନରେ ସହାୟତାର ହାତ ବଢାଇଛି  ଆରାଧ୍ୟ ଚାରିଟେବୁଲ ଟ୍ରଷ୍ଟ । ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ୍ ବଳଙ୍ଗା ବଜାର ନିକଟସ୍ଥ ବନ୍ଧପଡ଼ା ଗାଁରେ ଆଜି  ଆରାଧ୍ୟ ଚାରିଟେବୁଲ ଟ୍ରଷ୍ଟ ପହଞ୍ôଚ ବିପନ୍ନଙ୍କୁ ଖାଦ୍ୟ, ପାଣି, ଆଶ୍ରୟ ନେବାପାଇଁ ପଲିଥିନ ଏବଂ କ୍ୟାଣ୍ଡେଲ ବାଣ୍ଟିଥିଲା ।

ଏଥିରେ ଟ୍ରଷ୍ଟର ସମସ୍ତ ସଦସ୍ୟ ସହେଯାଗ କରିଥିଲେ ।  ଆରାଧ୍ୟ ଚାରିଟେବୁଲ ଟ୍ରଷ୍ଟର ଏହି ମହାନ କାର୍ଯ୍ୟକୁ ଗାଁ ଲୋକେ ଦେବଦୂତ ବୋଲି କହି ପ୍ରଶଂସା କରିଥିଲେ ।

ଉକ୍ତ କାର୍ଯ୍ୟକ୍ରମ ପାଇଁ  ଲିପିକା ମହାପାତ୍ର ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଏହି ରିଲିଫ ବଣ୍ଟନ କାର୍ଯ୍ୟକ୍ରମ ଏକ ସପ୍ତାହ ପର୍ଯ୍ୟନ୍ତ ଚାଲିବ ।

Spread the love