ଶୁଖିଗଲା ସମୁଦ୍ର ! ସାଟେଲାଇଟ୍ ଦେଲା ପ୍ରମାଣ ଚିତ୍ର

15 ବର୍ଷତଳେ ଘଟିଲା ଏମିତି ଘଟଣା , ଯାହାକୁ ନେଇ ଦୋହଲି ଗଲା ସାରା ବିଶ୍ୱ । ମରୁଭୂମିରୁ ମିଳିଲା ଏମିତି ଜିନିଷ ଯାହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ସମସ୍ତେ । ସମସ୍ତଙ୍କ ମନରେ ଉଙ୍କିମାରିଲା ଗୋଟିଏ ପ୍ରଶ୍ନ । ଏଭଳି କିଭଳି ହେଲା । ଏହାର କାରଣ ଖୋଜିବାକୁ ଲାଗିପଡିଲେ ବିଶେଷଜ୍ଞ । ମାଇଲ ମାଇଲ ଦୂରକୁ ଦିଶୁଥିଲା ବାଲିର ମରୁଭୂମି । ଚାରିଆଡେ ବାଲିର ଅସ୍ତରଣ । ଆଉ ସେହି ବାଲିର ମରୁଭୂମିରୁ ମିଳିଲା ବିଶାଳ ସାମୁଦ୍ରିକ ଜିନିଷ । କେବଳ ଗୋଟିଏ କିମ୍ବା ଦୁଇଟି ନହେଁ ମିଳିଲା ବହୁତ ଜିନିଷ । ସେଥିମଧ୍ୟରୁ 4ଟି ମିଳିଲା ବିଶାଳ ଜଳ ଯାହାଜ । ଯାହା ଅଥଳ ସମୁଦ୍ର ଭିତରେ ଯିବା ଆସିବା ପାଇଁ ବ୍ୟବହାର କରାଯାଏ । ସମସ୍ତଙ୍କ ମନରେ ଗୋଟିଏ  ପ୍ରଶ୍ନ ଏଠାକୁ ଏ ଜିନିଷ ଆସିଲା କିପରି ।

RLC SEA

2005 ମସିହାରେ କାଜାକସ୍ତାନ ଆକାଶର 280 କିମି ଉପରେ ଉଡୁଥିଲା ଆମେରିକା  କିକ୍ ବାର୍ଡ  ଆର୍ଥ ଅବଜରଭେସନ ସାଟେଲାଇଟ । ଏହି ସମୟରେ  ସାଟେଲାଇଟ କ୍ୟାମେରାରେ ଏକଦ ହେଲା ବିରଳ ଦୃଶ୍ୟ । ଯାହାକୁ ସାଧାରଣ ଲୋକ ଦେଶିଲେ ବିଶ୍ୱାସ କରିପାରିବେନି । ଏହା ଦେଖି ତାଜୁକ ହୋଇଗଲେ ସମସ୍ତେ ।  ମରୁଭୂମିରେ ଜଳ ଜାହାଜର ଉପସ୍ଥିତି ଦେଖି ବିଶେଷଜ୍ଞମାନେ କାରଣ ଖୋଜିବାକୁ ବାହାରିପଡିଲେ । ବହୁ ପୁରୁଣା ସାଟେଲାଇଟ ତଥ୍ୟକୁ ଖୋଜିଲା ପରେ  ଜଣାପଡିଲା ଏହିସ୍ଥାନ ଥିଲା ଏକ ବିଶାଳ ଜଳରାଶି । ସେହି ସମୁଦ୍ରର ନାମ ହେଉଛି ଆରଲସି ।

ସମୟର କରାଳରେ ପାଲଟି ଯାଇଛି ମରୁଭୂମି । ପୂର୍ବରୁ ଯେଉଁଠି ଜନବସତି ଗଢିଉଠିଥିଲା  ସେଠାରେ ଏବେ ଜନଶୂନ୍ୟ। ପାଣି ଶୁଖିଯିବା ପରେ ମାଟି ବି ଲୁଣିଆ । ସେଠାରେ ଥିବା ପଶୁପକ୍ଷୀ ମଧ୍ୟ ସଂକ୍ରମଣ ରୋଗରେ ଆକ୍ରାନ୍ତ ଜୀବନ ହାରିଲେ । ଲୁଣି ଜଳବାୟୁରେ ଗଛ ମଧ୍ୟ ତିଷ୍ଟି ପରୁନି । ସମୁଦ୍ର ପାଲଟିଛି ମରୁଭୂମି ।  ସମୁଦ୍ର ଶୁଖିବାକୁ ନେଇ ଅନେକ ପ୍ରଶ୍ନ ମନରେ ଆସୁଛି ।

ଯଦି ସମୁଦ୍ର ଶୁଖିଯାଏ ତେବେ କଣ ହେବ । ମଣିଷ ସମାଜ ତିଷ୍ଟି ପାରିବ ତ । ସମୁଦ୍ର ଭିତରେ ଥିବା ଛୋଟ ମାଛ  ଠାରୁ ବିରାଟ  ଜୀବ ବି ମୃତ୍ୟୁ ମୁଖରେ ପଡିବେ । ସେଥିରୁ ସଂକ୍ରମଣ ହେବ ଭାୟାନକ ରୋଗ । ପାଣି ପାଇଁ ସାରା ବିଶ୍ୱ ହାହାକାର ହେବ । ପରିବର୍ତ୍ତିନଶୀଳ ଜଳବାୟୁ ପୃଥିବୀର ବିନାସର କାରଣ ପାଲଟିବ। ଆମ ସମସ୍ତଙ୍କୁ ବେଳୁ ଜଗିବାକୁ ଉଚିତ୍ ।

Spread the love