ଅରଣ୍ୟାନିର ବାର୍ଷିକ ଉତ୍ସବ ପାଳିତ

ଭୁବନେଶ୍ୱର: ଅରଣ୍ୟ।ନୀର ୨୮ତମ ବାର୍ଷିକ ଉତ୍ସବ ହୋଟେଲ ‘ନ୍ୟୁ ମାରିଆନ’ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି। ଅରଣ୍ୟ।ନୀ ହେଉଛି Indian Forest Officers Wives Association, ଯେଉଁଥିରେ ପ୍ରାୟ ୭୫ ଜଣ ସଦସ୍ୟା ବିଭିନ୍ନ ସାମାଜିକ ଓ କଲ୍ୟାଣମୂଳକ କାର‌୍ୟ୍ୟ କରିଥାନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ ସଭାପତି ଡ଼. ସୁଜାତା ରଥୋ ତାଙ୍କ ଅନୁଷ୍ଠାନ ଯଥା ଉପସଭାପତି ନିଧି ପୋପଲି, ସମ୍ପାଦିକା  ଜ୍ୟୋତି ପନ୍ଥ, କୋଷାଧକ୍ଷ।  ମେନକା ମଲ୍ଲିକ, ସହ-ସମ୍ପାଦିକା ଅମୃତା ରାଗିଣୀ ପ୍ରଧାନ ଓ ପତ୍ରିକା ସମ୍ପାଦିକା ଶୈଳ ନାୟକଙ୍କ ଉପସ୍ଥିତିରେ ବାର୍ଷିକ ପତ୍ରିକା “ସବୁଜିମା” ଟି ଉନ୍ମୋଚିତ ହୋଇଛି। ସଭାପତି ଡ଼. ସୁଜାତା ରଥୋ ମା’ ଅରଣ୍ୟ।ନୀଙ୍କର ମହାତ୍ମୀୟତା ତଥା ୯ଟି ଗୁଣ ବିଷୟରେ ଆଲୋକପାତ (ଋକ ବେଦର ଦଶମମଣ୍ଡଳର ୧୦୬ ତମ ସୂକ୍ତରେ ବର୍ଣ୍ଣିତ) କରିଥିଲେ।

୨୦୨୧-୨୨ ବର୍ଷରେ ଅରଣ୍ୟଓନୀ ଦ୍ୱାରା ନିଆଯାଇଥିବା ବିଭିନ୍ନ ପ୍ରକାରର ସାମାଜିକ ଓ କଲ୍ୟାଣମୂଳକ କାର‌୍ୟ୍ୟକ୍ରମ ଏକ ଠସୟରକ୍ଟ ମାଧ୍ୟମରେ ପ୍ରଦର୍ଶିତ କରାଗଲା ଓ ଏହି ସମାରୋହରେ ୪ ଜଣ ମହିଳା ଜଙ୍ଗଲ ଅଧିକାରୀଙ୍କୁ ବନଜ୍ୟୋତି ପୁରସ୍କାର ପ୍ରଦାନ କରାଯିବା ସଙ୍ଗେସଙ୍ଗେ ଏକ ଅନାଥ ସ୍କୁଲ “ଆଶ୍ରୟ” ରୁ ୧୨ଜଣ ଛାତ୍ର ଓ ଉକ୍ତ ସ୍କୁଲର ପରିଚାଳକଙ୍କୁ ମଧ୍ୟ ପୁରସ୍କୃତ କରାଯାଇଛି। ଏଥିରେ ବହୁ ପୁରୁଣା ଓ ନୂଆ ସଦସ୍ୟଓ ଉପସ୍ଥିତ ଥିଲେ। ଲଶ୍ୟା ଜେନା ମଞ୍ଚ ପରିଚାଳନା କରିଥିଲେ। ବାର୍ଷିକ ପତ୍ରିକା ସମ୍ପାଦିକା ଶୈଳନାୟକ ସମସ୍ତଙ୍କ ଉଦ୍ଦେଶ୍ୟରେ ଧନ୍ୟବାଦ ପ୍ରସ୍ଥାବ ରଖିଥିଲେ।

Spread the love