ପୁଣି ଇଡିରେ ହାଜର ହେଲେ ଅର୍ଚ୍ଚନା ନାଗ

ପୁଣି ଇଡିରେ ହାଜର ହେଲେ ଅର୍ଚ୍ଚନା ନାଗ ଓ ଜଗବନ୍ଧୁ ଚାନ୍ଦ । ପ୍ରାୟ ଏକ ଘଣ୍ଟା ଧରି ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ ଜେରା କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଇଡି କାର୍ଯ୍ୟାଳୟରୁ ବାହାରିବା ପରେ ପ୍ରତିକ୍ରିୟା ରଖିଛନ୍ତି ଅର୍ଚ୍ଚନା । କହିଛନ୍ତି, ପୁରୁଣା ମାମଲାକୁ ନେଇ ଇଡି ଡକାଇଥିଲା । ସେମାନେ ଯେଉଁ ତଥ୍ୟ ମାଗିଥିଲେ, ତାହା ଦିଆଯାଇଛି । ମୋତେ ଫସାଇବା ପାଇଁ ଷଡ଼ଯନ୍ତ୍ର ଚାଲିଛି । ଯେଉଁ ରାଜନେତା ଓ ପ୍ରଶାସନିକ ଅଧିକାରୀ ମୋତେ ଫସାଇଥିଲେ, ସେମାନଙ୍କ ପାଇଁ ଏକୁଟିଆ କାଫି । ଏମାନଙ୍କ ବିରୋଧରେ କୋର୍ଟଙ୍କୁ ତଥ୍ୟ ଦେବି ବୋଲି କହିଛନ୍ତି ଅର୍ଚ୍ଚନା ।

Spread the love