ଅର୍ଚ୍ଚନାଙ୍କ ସହ ଜଗବନ୍ଧୁ ଓ ଖଗେଶ୍ୱରଙ୍କ ସମ୍ପତି ବାଜ୍ୟାପ୍ତ ନେଇ ପ୍ରକ୍ରିୟା ଆରମ୍ଭ

ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ବାଜ୍ୟାପ୍ତ ହେବ ସମ୍ପତି । ଅର୍ଚ୍ଚନା ନାଗ, ଜଗବନ୍ଧୁ ଚାନ୍ଦ ଓ ଖଗେଶ୍ୱରର ସମ୍ପତି ବାଜ୍ୟାପ୍ତି ନେଇ ପ୍ରକ୍ରୀୟା ଆରମ୍ଭ ହୋଇଛି । ଜେଲ ଯାଇ ଅର୍ଚ୍ଚନା, ଜଗବନ୍ଧୁ ଓ ଖଗେଶ୍ୱରକୁ ନୋଟିସ କରିବ ପ୍ରବର୍ତନ ନିର୍ଦ୍ଦେଶାଳୟ । ଏଥିପାଇଁ ଦିଲ୍ଲୀ ଆଡଜୁଡିକେଟିଂ ଅଥରିଟିଙ୍କୁ ଜଣାଇଥିଲା ଇଡି । ଜବତ ହୋଇଥିବା ସମ୍ପତି କାହିଁକି ବାଜ୍ୟାପ୍ତ ହେବ ନାହିଁ, ସେ ନେଇ ତିନି ଜଣଙ୍କୁ ନୋଟିସ୍ ପଠାଇଛି ଇଡି । ସେପଟେ ମନି ଲଣ୍ଡରିଂ ଅର୍ଚ୍ଚନା ନାଗଙ୍କ ରିମାଣ୍ଡ ଅବଧି ଶେଷ ହେବା ପରେ ତାଙ୍କୁ ଜେଲ ପଠାଯାଇଥିଲା ।

Spread the love