ଛୋଟ ଛୋଟ କଥାରେ ଘରେ ଅଶାନ୍ତି ସୃଷ୍ଟି ହେଉଛି କି?ଆପଣାନ୍ତୁ ଏହି ସହଜ ଉପାୟ…

ବେଳେବେଳେ ସେମିତି କିଛି କାରଣ ନଥାଇ ଛୋଟ ଛୋଟ କଥାରେ ବି ଘରେ ଅଶାନ୍ତି ସୃଷ୍ଟି ହୁଏ। ଘରୁ ସୁଖଶାନ୍ତି କୁଆଡ଼େ ହଜିଗଲା ଭଳି ଅନୁଭବ ହୁଏ। ଏହା ପଛରେ କିଛି ବାସ୍ତୁଦୋଷ ଥାଏ ବୋଲି ବିଶ୍ୱାସ କରାଯାଏ। ଏହି ବାସ୍ତୁଦୋଷକୁ ସହଜ ଉପାୟରେ କିପରି ଠିକ୍‌ କରିହେବ ଜାଣନ୍ତୁ ସେ ସମ୍ପର୍କରେ…

* ଠାକୁରଘରେ ମା’ ଲକ୍ଷ୍ମୀଙ୍କ ପାଖରେ ଶ୍ରୀଯନ୍ତ୍ର କିମ୍ବା ନାଲି କପଡ଼ାରେ ଗୁଡ଼ା ହୋଇଥିବା ନଡିଆ ରଖିଲେ ବାସ୍ତୁଦୋଷ ଦୂର ହୋଇ ପରିବାରରେ ଶାନ୍ତି ବଜାୟ ରହିଥାଏ ବୋଲି ବିଶ୍ୱାସ କରଯାଏ।

* ସେହିପରି କୁହାଯାଏ, ସୋରିଷ ତେଲରେ ଲବଙ୍ଗ ପକାଇ ଦୀପ ଜାଳିଲେ ବାସ୍ତୁଦୋଷ ଖଣ୍ଡନ ହେବା ସହ ଘରେ ଶାନ୍ତି ବଢିଥାଏ।

* ଅନ୍ୟପକ୍ଷେ ଘରର ଦକ୍ଷିଣ-ପୂର୍ବ କୋଣରେ ସବୁଜୀମା ଭରା ଚିତ୍ର ଲଗାଇବା ଦ୍ୱାରା ଘରେ ସକାରାତ୍ମକ ଊର୍ଜା ଉତ୍ପନ୍ନ ହୋଇ ସୁଖଶାନ୍ତି ବୃଦ୍ଧି ପାଇଥାଏ ବୋଲି ବାସ୍ତୁଶାସ୍ତ୍ର କହେ।

* ଘରର ଡ୍ରଇଁ ରୁମ୍‌ରେ ସନ୍ଥ ମହାତ୍ମାଙ୍କ ଆଶୀର୍ବାଦ ଭଙ୍ଗୀର ଫଟୋ ଲଗାଇବା ବି ଘର ପାଇଁ ଶୁଭ ହୋଇଥାଏ।

* ଘରର ଉତ୍ତର ଦିଗରେ ତୁଳସୀ କିମ୍ବା ଅଁଳା ଗଛ ଲଗାଇଲେ ପରିବାରର ମଙ୍ଗଳ ହେବା ସହ ଘରେ ଐଶ୍ୱର୍ଯ୍ୟ ବୃଦ୍ଧି ହୋଇଥାଏ। ତା’ସହିତ ସମ୍ପର୍କରେ ନିବିଡ଼ତା ଆସିଥାଏ ବୋଲି ବିଶ୍ୱାସ ରହିଛି।

* ପଞ୍ଚମୁଖୀ ହନୁମାନଙ୍କର ପ୍ରତିମା ହେଉ ଅବା ଫଟୋକୁ ଘରର ମୁଖ୍ୟଦ୍ୱାର ନିକଟରେ ରଖିଲେ, ଘରକୁ କୌଣସି ନକରାତ୍ମକ ଊର୍ଜ୍ଜା ପ୍ରବେଶ କରିପାରେନା; ଯଦ୍ଦ୍ବାରା ଘରେ ଶାନ୍ତି ବଜାୟ ରହେ।

* ଯୁଦ୍ଧ ଚିତ୍ର, କାନ୍ଦିବା ଫଟୋ କିମ୍ବା କୌଣସି ଅଶୁଭ ଜିନିଷର ଫଟୋକୁ ଘରେ ଲଗାଇଲେ ବି ପରିବାରରେ ଅଶାନ୍ତି ଦେଖାଦିଏ। ତେଣୁ ଏଥିରୁ ନିବୃତ୍ତ ରହିବା ଆବଶ୍ୟକ।

Spread the love