୯୧ବର୍ଷ ବୃଦ୍ଧାଙ୍କୁ ବିବାହ କରିଥିବା ଦାବି କରି ଓକିଲ ମାଗୁଛନ୍ତି ପେନସନ

ନୂଆଦିଲ୍ଲୀ: ସାଧାରଣତଃ ପୁରୁଷମାନେ ନିଜଠାରୁ ଦୁଇତିନିବର୍ଷ ସାନ ନଚେତ ଅତିବେଶୀରେ ୫ବର୍ଷ ସାନ ମହିଳାମାନଙ୍କୁ ବିବାହ କରିଥାଆନ୍ତି। କିନ୍ତୁ ଏଇ କିଛିବର୍ଷ ହେବ ଏମିତି ବିବାହ ସାମ୍ନାକୁ ଆସୁଛି ଯେଉଁଥିରେ ବର ଓ ବଧୂଙ୍କ ବୟସ ଆକାଶ ପାତାଳ ପାର୍ଥକ୍ୟ ରହିଥିବା ଦେଖିବାକୁ ମିଳିଛି।  ଏମିତି ଏକ ଘଟଣା ଅର୍ଜେଣ୍ଟିନାରେ ଘଟିଛି। ଅର୍ଜେଣ୍ଟିନାରେ ବସବାସ କରୁଥିବା ଓକିଲ ମୌରିସିଓ ନିଜର ମୃତ ୯୧ବର୍ଷୀୟ ସାନମା’ ‌ୟୋଲାଣ୍ଡା ଟୋରିସଙ୍କ ପେନସ ଦାବି କରିଛନ୍ତି। ମୌରିସିଓଙ୍କ କହିବାନୁସାରେ, ୨୦୧୫ ଫେବ୍ରୁଆରି ମାସରେ ମୁଁ ‌ମୋର ୯୧ବର୍ଷୀୟ ବଡ଼ମା’ଙ୍କୁ ବିବାହ କରିଥିଲି। ୨୦୧୬ ଏପ୍ରିଲରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏଭଳି ‌କ୍ଷେତ୍ରରେ ମୁଁ ପେନସର ଦାବିଦାର। କିନ୍ତୁ ପ୍ରଶାସନ ମୋର ଦାବିକୁ ଖାରଜ କରି ଦେଉଛନ୍ତି। କାରଣ ଯାଞ୍ଚ ସମୟରେ ମୋର ବିବାହକୁ ପଡ଼ିଶା ଓ ଘରଲୋକ ନକଲି ବୋଲି ପ୍ରଶାସନକୁ ଜଣାଇଥିଲେ। କିନ୍ତୁ ମୁଁ ମୋର ଏହି ବିବାହକୁ ପ୍ରମାଣ କରିବି ଆଉ ବଡ଼ମା’ଙ୍କ ପେନସନକୁ ହାସଲ କରିବି।

୨୦୦୯ ମସିହାରେ ମୁଁ ମୋ ମା’ ଓ ବାପାଙ୍କ ଠାରୁ ଅଲଗା ହେବାପରେ  ଭଉଣୀ, ଜେଜେମା’ ଓ ବଡ଼ ମା’ଙ୍କ ସହିତ ରହୁଥିଲି। ମୋତେ ୨୩ବର୍ଷ ହୋଇଥିବା ବେଳେ ମୁଁ ମୋର ବଡ଼ମା’ଙ୍କୁ ବିବାହ କରନେଇଥିଲି।’ ୨୦୧୬ରେ ୟୋଲାଣ୍ଡା ଟୋରିସଙ୍କ ମୃତ୍ୟୁ ହେବାପରେ ମୌରିସିଓ ଟୋରିସଙ୍କ ପେନସନ ଦାବି କରିଥିଲେ। ଏହାପରେ ପ୍ରଶାସନ ଯାଞ୍ଚ ଆରମ୍ଭ କରିଥିଲା। ଯାଞ୍ଚ ସମୟରେ ଯେଉଁମାନେ ମୌରିସିଓଙ୍କୁ ଜାଣିଥିଲେ ‌ସେମାନଙ୍କୁ ପଚରାଉଚରା କରାଯାଇଥିଲା। ଏହି ପଚରାଉଚରା ପରିବାରଲୋକ  ୟୋଲୋଣ୍ଡା ଓ ମୌରିସିଓଙ୍କ ବିବାହକୁ ଖଣ୍ଡନ କରିଥିଲେ। କିନ୍ତୁ ମୌରିସିଓ ତାଙ୍କ ବିବାହକୁ ପ୍ରମାଣ କରିବେ ବୋଲି ଜିଦ ଧରି ବସିଛନ୍ତି।

Spread the love