ରାଜ୍ୟ ସଂଗ୍ରହାଳୟରେ ଚିତ୍ର କଳା ପ୍ରଦର୍ଶନୀ, କଥା କହୁଛି ଶିଳ୍ପୀଙ୍କ ଯାଦୁଗରୀ

ଭୁବନେଶ୍ୱର: ଆଉ କିଛି ଘଣ୍ଚାର ଅପେକ୍ଷା ପରେ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷ ଯାତ୍ରା । ଏନେଇ ଉଠୁଛି ପଡୁଛି ବଡଦାଣ୍ଡ । ଏହି ଦିନକୁ ଦେଖିବା ପାଇଁ ଚାତକ ପରି ଚାହିଁ ବସିଥାନ୍ତି ଭକ୍ତ । ଗାଁ ଠୁ ପଲ୍ଲା, ପଲ୍ଲୀଠୁ ସହର, ସହରରୁ ଦେଶ, ଦେଶ ଠୁ ବିଶ୍ୱ ସବୁଠାରେ ପାଳିତ ହେଉଛି ରଥଯାତ୍ରା  । ଏହି ରଥଯାତ୍ରା ଲାଗି ଭୁବନେଶ୍ୱର ରାଜ୍ୟ ସଂଗ୍ରହାଳୟ ରେ ରାଜ୍ୟ ସ୍ତରୀୟ ଚିତ୍ର କଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଛି ।

ଯାହାର ଥିମ ରହିଛି ମୋ ମନର ଜଗନ୍ନାଥ । ଏଥିରେ ଚିତ୍ରଶିଳ୍ପୀ ମାନେ ନିଜ ତୂଳୀରେ ଜଗନ୍ନାଥଙ୍କ ଭିନ୍ନ ଭିନ୍ନ ରୂପର ଚିତ୍ର ଆଙ୍କିଛନ୍ତି କିଏ କୃଷ୍ଣ ଙ୍କ ବଂଶୀରେ ରଥ ଦଉଡି ଲଗାଇ ରଥ ଟାଣୁଛନ୍ତି ତ ଆଉ କିଏ ଜଗନ୍ନାଥ ଙ୍କ ଆଖିରେ ଶଙ୍ଖ ଚକ୍ର ପଦ୍ମର ଚିତ୍ର ଆଙ୍କିଛନ୍ତି ଯେଉଁ ଚିତ୍ରଶିଳ୍ପୀଙ୍କ ମନରେ ଯେମିତି ଜଗନ୍ନାଥ ଆସିଛନ୍ତି ସିଏ ପ୍ରଭୁ ଜଗନ୍ନାଥଙ୍କୁ ସେହି ରୂପରେ ଆଙ୍କିଛନ୍ତି ଏମିତି କିଛି ଚିତ୍ର ଶିଳ୍ପୀ

କେତେ ସୁନ୍ଦର ଓ ଜୀବନ୍ତ ହୋଇଛି ଏଠାରେ ପ୍ରଦର୍ଶିତ ହୋଇଥିବା ଚିତ୍ର । ସତରେ ଯେମିତି ହାତ ଠାରି ଡାକୁଛି ସମସ୍ତଙ୍କୁ । ଫୋଟ ଦେଖିଦେଲେ ପାଦ ଅଟକି ଯାଉଛି । ଗୋଟିଏ ପରେ ଗୋଟିଏ ସୁନ୍ଦର ରୂପ ତିଆରି ହୋଇ କାନ୍ଥରେ ଟଙ୍ଗା ହୋଇଛି । ଏହି ଅପୂର୍ବ ଚିତ୍ରକୁ ଦେଖିବା ପାଇ ଧାଇ ଆସିଛନ୍ତି ଚିତ୍ରଶିଳ୍ପୀ । କିଏ କେତେ କଥା ମନରୁ କହିଯାଉଛନ୍ତି ।

ସେ ତ ଭାବର ଠାକୁର । ଭକ୍ତଙ୍କ ପାଇଁ ରତ୍ନ ବେଦୀରୁ ଓହ୍ଲାଇ ଆସନ୍ତି ବଡ ଦାଣ୍ଡକୁ । ତାଙ୍କ ଲୀଳା ବଖାଣିବା ଅସମ୍ଭବ ସେତ ଭକତ ଭାବରେ ବନ୍ଧା ।

Spread the love