କିସ୍‍ ପକ୍ଷରୁ ଆର୍ଟ ଅଫ୍‍ ଗିଭିଙ୍ଗ୍‍ କାର୍ଯ୍ୟକ୍ରମ

କନ୍ଧମାଳ: ଆଜି କନ୍ଧମାଳ ସାଂସଦ ତଥା କିସ୍‍ର ପ୍ରତିଷ୍ଠାତା ଡ.ଅଚ୍ୟୁତାନନ୍ଦ ସାମନ୍ତରାୟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମଗ୍ର ଜିଲ୍ଲଲାରେ     ଆର୍ଟ ଅଫ୍‍ ଗିଭିଙ୍ଗ୍‍ କାର୍ଯ୍ୟକ୍ରମ ସବୁବର୍ଷ ପରି ଚଳିତ ବର୍ଷ ମଧ୍ୟ ଅନୁଷ୍ଠିତ ହୋଇଯାଇଛି।  ଏଥିରେ ବିିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ କଲମ, ପେନସିଲ୍, ଖାତା, ବିସ୍କୁଟ ଓ ଚକଲେଟ୍‍ ଆଦି ପ୍ରଦାନ କରାଯାଇଛି। ଫୁଲବାଣୀ ପୌର ପରିଷଦ ଅନ୍ତର୍ଗତ ଏଜେଓ ଉଚ୍ଚ ବିଦ୍ୟାଳୟ, ପୁଲିସ୍‍ ହାଇସ୍କୁଲ ଓ ଗୋପବନ୍ଧୁ ବାଳାଶ୍ରମଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ କିସ୍‌ର କର୍ମଚାରୀ ଭାଗିରଥି ସେଠୀ, ସତ୍ୟବାନ ଦଳବେହେରା, ସୁନିଲ୍‍ କୁମାର ସେଠୀ, ୧୩ ନମ୍ବର ୱାର୍ଡ଼ର କାଉନସିଲର ମାଧବୀ ମିଶ୍ର ଓ ଅନ୍ୟମାନେ ସାମିଲ୍‍ ହୋଇ ବଣ୍ଟନ କରିଥିଲେ।

Spread the love