ଦୁଗ୍ଧ ଚାଷୀଙ୍କ ପ୍ରସ୍ତାବକୁ ଦିଆଯିବ ଗୁରୁତ୍ୱ: କୃଷି ମନ୍ତ୍ରୀ

କୃଷି ମନ୍ତ୍ରୀ  ଅରୁଣ ସାହୁଙ୍କ ଅଧ୍ୟକ୍ଷତାରେ ଆଜି ଗୋସମ୍ପଦ ସୁରକ୍ଷା କର୍ମଶାଳାରେ ଦୁଗ୍ଧଚାଷୀ ନିଜର ବିଭିନ୍ନ ସମସ୍ୟା ସମ୍ୱନ୍ଧରେ ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । କୃଷି ମନ୍ତ୍ରୀ ସେମାନଙ୍କ ସମସ୍ୟାକୁ ଶୁଣିଥିଲେ । ଦୁଗ୍ଧଚାଷୀଙ୍କ ମୁତାବକ ସେମାନଙ୍କ ମଧ୍ୟରୁ ଅଧିକାଂଶ ବ୍ୟକ୍ତି ଓମଫେଡରେ କ୍ଷୀର ବିକ୍ରି କରୁଛନ୍ତି । ସେମାନଙ୍କ ଅଭିଯୋଗ ଗୁଡ଼ିକ ହେଲା :

ଓମଫେଡ ଦ୍ୱାରା ଲିଟର ପିଛା ପ୍ରାପ୍ତ ମୂଲ୍ୟ ଅନ୍ୟ ରାଜ୍ୟ ତୁଳନାରେ କମ ବୋଲି ଦୁଗ୍ଧଚାଷୀ ଅଭିଯୋଗ କରିଥିଲେ ।

ଗାଈ ଗୋରୁଙ୍କ ଦେହ ଖରାପ ହେଲେ ଡାକ୍ତର ନମିଳିବା ସହ ଔଷଧ ମଧ୍ୟ ମିଳୁନାହିଁ ।

ଗୋ ଖାଦ୍ୟର ମୂଲ୍ୟ କିଲୋ ପିଛା ୪ରୁ ୫ଟଙ୍କା ବୃଦ୍ଧି ହୋଇଛି ।

ସବୁ ବେସରକାରୀ ସଂସ୍ଥା ଦୁଗ୍ଧ କ୍ରୟ ମୂଲ୍ୟ ୩ଟଙ୍କା ଓ ବିକ୍ରୟମୂଲ୍ୟ ୪ଟଙ୍କା ବୃଦ୍ଧି କରିଛନ୍ତି ।

ତେଣୁ ଦୁଗ୍ଧଚାଷୀ କୃଷି ମନ୍ତ୍ରୀଙ୍କୁ ନିଜ ସମସ୍ୟା ସମ୍ୱନ୍ଧରେ ଅବଗତ କରାଇବା ଓମ୍‌ଫେଡ୍‌ କ୍ଷୀର ଦର ବଢାଇବାକୁ ପ୍ରସ୍ତାବ ଦେଇଛନ୍ତି ।

ଅପରପକ୍ଷରେ କୃଷି ମନ୍ତ୍ରୀ ଶ୍ରୀ ଅରୁଣ ସାହୁ କହିଛନ୍ତି, ଆମ ରାଜ୍ୟର ଅନେକ ବ୍ୟକ୍ତି ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି । ଯଦି ଆମେ ଗୋ ପାଳନ ପ୍ରତି ଧ୍ୟାନ ଦେବା ତେବେ ଆମ ରାଜ୍ୟରେ ବେକାରୀ ସମସ୍ୟା ଦୂର ହେବାସହ ଦୁଗ୍ଧ ଉତ୍ପାଦନ କ୍ଷମତା ମଧ୍ୟ ବୃଦ୍ଧି ପାଇବ । ଗୋପାଳନ କ୍ଷେତ୍ରରେ ଚାଷୀକୂଳଙ୍କୁ କେଉଁଭଳି ଭାବେ ଶିକ୍ଷା ଦେଲେ, ସେମାନେ ଅଧିକରୁ ଅଧିକ ମନୋନିବେଶ କରିବେ, ଗୋପାଳନ କ୍ଷେତ୍ରରେ ଯତ୍ନବାନ ହେବେ ଏବଂ କମ୍ ଖର୍ଚ୍ଚରେ କିଭଳି ଅଧିକ ଦୁଗ୍ଧ ଉତ୍ପାଦନ କରିହେବ, ସେନେଇ ଏହି କର୍ମଶାଳା ରେ ଆଲୋଚନା ହୋଇଥିଲା ।

Spread the love