କ୍ଷୟକ୍ଷତି ଆକଳନ କରି ଚାଷୀଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବ : କୃଷିମନ୍ତ୍ରୀ ଅରୁଣ ସାହୁ

ବାତ୍ୟା ଅମ୍ଫାନ୍‌ ଓଡ଼ିଶା ଉପକୂଳ ଅଞ୍ଚଳରେ ଆଖିଦୃଶିଆ କ୍ଷୟକ୍ଷତି କରିନଥିଲେ ମଧ୍ୟ ଉତ୍ତର ଓଡ଼ିଶାର ବିଭିନ୍ନ ଜିଲ୍ଲାମାନଙ୍କରେ ପ୍ରଭାବ ପକାଇଛି । ଏହାକୁ ନଜରରେ ରଖି କୃଷିମନ୍ତ୍ରୀ ଅରୁଣ ସାହୁ ଉତ୍ତର ଓଡ଼ିଶାର ଚାଷୀଭାଇମାନଙ୍କୁ ସହାୟତା ପ୍ରଦାନ କରିବା ପାଇଁ ଆଗେଇ ଆସିଛନ୍ତି। କେଉଁ ଜିଲ୍ଲାରେ କାହାର କେତେ କ୍ଷତି ହୋଇଛି ତାହାର ଏକ ବିସ୍ତୃତ ରିପୋର୍ଟ ଏସ୍‌ଆର୍‌ସିଙ୍କ ମାଧ୍ୟମରେ ପାଇସାରିଲା ପରେ କୃଷି ବିଭାଗ ଏହାର ପୁଙ୍ଖାନୁପୁଙ୍ଖ ତର୍ଜମା କରିବ । ଏହାପରେ ଚାଷୀଭାଇମାନଙ୍କର ହୋଇଥିବା କ୍ଷୟକ୍ଷତିକୁ ଆକଳନ କରାଯାଇ ସେମାନଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରକାଶ କରିଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ ।

ଏହା ସହିତ ଶ୍ରୀ ସାହୁ ଆହୁରି ମଧ୍ୟ କହିଛନ୍ତି ଯେ, ସରକାର ସବୁବେଳେ ଚାଷୀମାନଙ୍କ ସ୍ୱାର୍ଥ ରକ୍ଷା ବିଷୟରେ ଚିନ୍ତା କରୁଛନ୍ତି । ଚାଷୀମାନଙ୍କ ଯେଭଳି କିଛି ଅସୁବିଧା ନହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି । ସେମାନଙ୍କୁ ଯେପରି ଅତି ଶୀଘ୍ର କ୍ଷତି ପୂରଣ ଯୋଗାଇ ଦିଆଯାଇପାରିବ ସେଭଳି ବ୍ୟବସ୍ଥା କରିବାକୁ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି କହିଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ ।

Spread the love