ଅନ୍ୟଙ୍କ ପାଇଁ ଆଦର୍ଶ ମନ୍ତ୍ରୀ ଅରୁଣ ସାହୁ

ଓଡ଼ଗାଁ ଆହାର କେନ୍ଦ୍ରରେ ଭୋଜନ କରି ମନ୍ତ୍ରୀ ଅରୁଣ ସାହୁ ଏହାର ମାନ ଯଞ୍ଚ କରିଛନ୍ତି । ସେ ନିଜେ ଟିକେଟ କିଣି ଆହାର କେନ୍ଦ୍ରରେ ସାଧାରଣ ଲୋକଙ୍କ ସହ ଭୋଜନ କରିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ପ୍ରତେକ ନିର୍ଦ୍ଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରୁଛନ୍ତି ଶ୍ରୀ ସାହୁ । କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ମନ୍ତ୍ରୀ ଓ ଜିଲ୍ଲାପାଳଙ୍କୁ ଆହାର କେନ୍ଦ୍ରରେ ଆହାର ଗ୍ରହଣ କରି ମାନ ପରଖବା ନିମନ୍ତେ ପରାମର୍ଶ ଦେଇଥିଲେ । ଏହି ମାନ ପରଖିବା ପୂର୍ବରୁ ଆହାର କେନ୍ଦ୍ରରେ କୌଣସି ସୂଚନା ଦେବାକୁ ମନାକରିଥିଲେ ମୁଖ୍ୟମନ୍ତ୍ରୀ । ମନ୍ତ୍ରୀ ଅରୁଣ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ପାଳନ କରିବାରେ ସର୍ବାଗ୍ରେ ରହିଥିବା ସାଧାରଣରେ ଚର୍ଚ୍ଚା ହେଉଛି ।

ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ କ୍ରମେ ଆଜି ମନ୍ତ୍ରୀ ସାହୁ ଓଡ଼ଗାଁ ଆହାର କେନ୍ଦ୍ରରେ ମଧ୍ୟାହ୍ନ ଭୋଜନ ପରଖିଲେ । ସେହିପରି ପୂର୍ବରୁ ମଧ୍ୟ ଜନତାଙ୍କ ନିକଟବର୍ତ୍ତୀ ହେବ ନିର୍ଦ୍ଦେଶକୁ ପାଳନ କରିବାକୁ ଯାଇ କେତେବେଳେ କଲେଜ ପିଲାଙ୍କ ଅସୁବିଧା ବୁଝିବାକୁ ପୁରା ଦିନ ତାଙ୍କ ସହ କଟିଥିଲେ ତ ଆଉ କେତେବେଳେ ଲୋକଙ୍କ ଅସୁବିଧା ବୁଝି ତାର ସମାଧନ କରିବାକୁ ନୟାଗଡ଼ ବସଷ୍ଟାଣ୍ଡରେ ଜନତା ଦରବାର କରୁଛନ୍ତି ।

Spread the love