ଅରୁଣାଚଳ ପ୍ରଦେଶରେ ଓଡ଼ିଆ ଯବାନ ମୃତ, ଗାଁ ମଶାଣୀରେ ଶେଷକୃତ୍ୟ ସମ୍ପନ୍ନ

ବାଲେଶ୍ବର: ଅରୁଣାଚଳ ପ୍ରଦେଶରେ ଓଡ଼ିଆ ଯବାନ ମୃତ। ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ଅସ୍ତି ପଞ୍ଚାୟତ କଣ୍ଟାଡିହା ଗାଁର ଜଗନ୍ନାଥ ପ୍ରଧାନ ।  ୨୦୨୧ରେ ଆସାମ ରାଇଫଲ୍ସରେ ଯୋଗଦେଇ ଅରୁଣାଚଳ ପ୍ରଦେଶରେ କାର୍ଯ୍ଯରତ ଥିଲେ। ଡ୍ଯୁଟି କରୁଥିବା ସମୟରେ ଗତ ୭ରେ ସେ ହଠାତ ଅସୁସ୍ଥ ହୋଇ ପଡିଥିଲେ। ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇ ଥିଲା। ମରଶରୀର ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଗାର୍ଡ ଅଫ ଅନର ଦିଆଯାଇ ଗାଁ ମଶାଣୀରେ ଶେଷକୃତ୍ୟ ସମ୍ପନ୍ନ ହୋଇ ଥିଲା ।

Spread the love