ଅରୁଣାଚଳ ପ୍ରଦେଶରେ ୭ ଯବାନ ନିଖୋଜ ଘଟଣା : ଖରାପ ପାଗ ଯୋଗୁଁ ଉଦ୍ଧାରକାର୍ଯ୍ୟ ବାଧାପ୍ରାପ୍ତ

ନୂଆଦିଲ୍ଲୀ ୦୮/୦୨: ମିଳୁନି ନିଖୋଜ ଯବାନଙ୍କ ପତ୍ତା ।  ଅରୁଣାଚଳ ପ୍ରଦେଶର କାମେଙ୍ଗ ସେକ୍ଚରରେ ପାଟ୍ରୋଲିଂ ସମୟରେ ହିମସ୍ଖଳନରେ ୭ ଭାରତୀୟ ଯବାନ ନିଖୋଜ ହୋଇଯାଇଛନ୍ତି। ଏବେସୁଦ୍ଧା ଯବାନଙ୍କ କୌଣସି ପତ୍ତା ମିଳିପାରି ନାହିଁ । ଏମାନଙ୍କୁ ସୁରକ୍ଷିତ ଉଦ୍ଧାର କରିବା ଲାଗି ସେନା ଅପରେସନ୍ ଜାରି ରହିଛି ।

ଅରୁଣାଚଳର ଏହି ଉଚ୍ଚ ପାର୍ବତ୍ୟ କ୍ଷେତ୍ରରେ ଗତ କିଛି ଦିନ ପ୍ରବଳ ତୁଷାର ପାତ ଜାରି ରହିଛି । ସୀମାବର୍ତ୍ତୀ ଏହି ଇଲାକାରେ ପାଟ୍ରୋଲିଂ କରିବା ବେସ୍ କଠିନ ଅଟେ । ବିଭିନ୍ନ ସମୟରେ ଏପରି ଅଘଟଣ ମଧ୍ୟ ହୋଇଥାଏ । ରବିବାର ବରଫପାତରେ ଭାରତୀୟ ସେନାର ୭ ଜଣ ଯବାନ ନିଖୋଜ ହୋଇଯାଇଛନ୍ତି । ସେମାନଙ୍କର କୌଣସି ପତ୍ତା ମିଳୁନାହିଁ ।  

୨୦୧୯ରେ ସିଆଚୀନରେ ହିମ ସ୍ଖଳନ ଯୋଗୁ ୧୭ଜଣ ଯବାନ ସହିଦ ହୋଇ ଯାଇଥିଲେ । ୨୦୨୧ରେ ମଧ୍ୟ ଉତ୍ତରାଖଣ୍ଡ ମାଉଣ୍ଟ ତ୍ରିଶୂଲରେ ହିମ ସ୍ଖଳନ ଯୋଗୁ ୫ ଯବାନ ସହିଦ ହୋଇଯାଇଥିଲେ । ତେବେ କାମେଙ୍ଗ ସେକ୍ଟଟରରେ ଫଶିଥିବା ଯବାନଙ୍କୁ ଉଦ୍ଧାର କରିବା ଲାଗି ସେନାର ସ୍ବତନ୍ତ୍ର ଉଦ୍ଧାରକାରୀ ଦଳ ନିୟୋଜିତ ହୋଇଛନ୍ତି । ଖରାପ ପାଗ କାରଣରୁ ଉଦ୍ଧାରକାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ତେବେ ଯବାନଙ୍କୁ ସୁରକ୍ଷିତ ଉଦ୍ଧାର କରିବାକୁ ପ୍ରୟାସ ଜାରି ରହିଛି ।  

Spread the love