ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ଭେଟିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବେ କେନ୍ଦ୍ର ସରକାରଙ୍କ ଦ୍ୱାରା ଅଣାଯାଇଥିବା ଅଧ୍ୟାଦେଶ ବିରୋଧରେ ବିରୋଧୀଙ୍କ ସମର୍ଥନ ଯୋଗାଡ କରିବାରେ ଲାଗିଛନ୍ତି । ଏହି କ୍ରମରେ ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଆଜି ସମାଜବାଦୀ ପାର୍ଟି ମୁଖ୍ୟ ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖଳେଶ ଯାଦବଙ୍କୁ ଭେଟିଛନ୍ତି । ଏହି ଭେଟ ବେଳେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍, ଦିଲ୍ଲୀ ସରକାରରେ ମନ୍ତ୍ରୀ ଥିବା ଆତିଶୀ ମାରଲିନା, ସାଂସଦ ସଂଜୟ ସିଂ ଓ ସମାଜବାଦୀ ପାର୍ଟିର ନେତା ଶିବପାଲ ଯାଦବ ମଧ୍ୟ ଉପସ୍ଥିତ ଥିଲେ   ।

ଏହା ପୂର୍ବରୁ ବି ଅରବିନ୍ଦ କେଜ୍ରିୱାଲ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ,ଏନସିପି ମୁଖ୍ୟ ଶରଦ ପାୱାର, ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସମେତ ଅନେକ ନେତାଙ୍କୁ ଭେଟି କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ବିରୋଧରେ ସମର୍ଥନ ମାଗିଛନ୍ତି । ଏହି କ୍ରମରେ ଅରବିନ୍ଦ କେଜ୍ରିୱାଲ ଭେଟିଥିବା ସମସ୍ତ ନେତା ରାଜ୍ୟସଭାରେ ଅଧ୍ୟାଦେଶ ବିରୋଧରେ ଭୋଟ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ସୂଚନା ଥାଉକି କିଛିଦିନ ତଳେ ସୁପ୍ରିମକୋର୍ଟ କହିଥିଷଲ କି ଦିଲ୍ଲୀରେ ଅଫିସରମାନଙ୍କ ବଦଳି ଓ ନିଯୁକ୍ତି ଅଧିକାର ଦିଲ୍ଲୀ ସରକାରଙ୍କ ପାଖରେ ରହିବ । ଏହାଉପରେ ମେ’୧୯ ତାରିଖରେ କେନ୍ଦ୍ର ସରକାର ଏକ ଅଧ୍ୟାଦେଶ ଆଣିଥିଲେ । ଏହାକୁ ନେଇ କେଜ୍ରିୱାଲ କହିଥିଲେ କି କୋର୍ଟଙ୍କ ଆଦେଶକୁ ଅବମାନନା କରି ବିଜେପି ସରକାର ଅସାମ୍ବିଧାନିକ କାମ କରିଛନ୍ତି ।

Spread the love