କେଜ୍ରିୱାଲ୍‌ଙ୍କ ଝିଅଙ୍କୁ ଅପହରଣ ଧମକ

‘ଟଙ୍କା ଲୋଭରେ ହେଉ କିମ୍ବା ବ୍ୟକ୍ତିଗତ ରାଗରେ ହେଉ ମଣିଷ ବେଳବେଳେ ଭୁଲ କରିବସେ । ସେତେବେଳେ ସେ ଦେଖେନି କଉଟା ଭୁଲ ଓ କଉଟା ଠିକ୍ ।  ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ଝିଅଙ୍କୁ ଅପହରଣ ପାଇଁ ଇମେଲ୍‌ରେ ଧମକ ମିଳିଛି।

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍‌ ଇମେଲ୍‌କୁ ଗତ 9 ତାରିଖରେ ଏହି ଇମେଲ୍‌ ଆସିଥିଲା। ଏଭଳି ଏକ ଧମକପୂର୍ଣ୍ଣ ଇମେଲ୍‌ ପାଇବା ପରେ କେଜ୍ରିୱାଲ୍‌ଙ୍କ ଝିଅଙ୍କ ସୁରକ୍ଷା ପାଇଁ ଜଣେ ପିଏସ୍‌ଓ (ପ୍ରୋଟେକ୍ଟିଭ୍‌ ସର୍ଭିସ ଅଫିସର) ନିୟୋଜିତ ହୋଇଛନ୍ତି। ସାଇବର ସେଲ୍‌ ଏହି ମାମଲାର ତଦନ୍ତ କରୁଛି। ତଦନ୍ତ ପରେ ଜଣାପଡିବ କିଏ ଓ କଣ ପାଇଁ ଏପରି ଧମକ ଦେଇଥିଲା ।

Spread the love