ଆର୍‌ୟନ୍‌ଙ୍କ ପାଇଁ ଗଞ୍ଜେଇ ଯୋଗାଡ଼ କଥା ମଜାରେ କହିଥିଲି: ଅନନ୍ୟା ପାଣ୍ଡେ

ଆର୍‌ୟନ୍‌ଙ୍କ ପାଇଁ ଗଞ୍ଜେଇ ଯୋଗାଡ଼ କରିବା ପାଇଁ ରାଜି ହୋଇଥିବା କଥା ମଜାରେ କହିଥିଲି ବୋଲି ପଚରାଉଚରା ବେଳେ ବଲିଉଡ୍‌ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ‘ନାକ୍ରୋଟିକ୍ସ୍‍ କଣ୍ଟ୍ରୋଲ୍‌ ବ୍ୟୁରୋ’କୁ କହିଛନ୍ତି। ‘ଏନ୍‌ସିବି’ ଉଦ୍ଧାର କରି ଥିବା ‘ଚ୍ୟାଟ୍‌ ମେସେଜ୍‌’ରେ ଅନନ୍ୟା ପାଣ୍ଡେ ଏବଂ ଆର୍‌ୟନ୍‌ ଖାନ୍‌ ଗଞ୍ଜେଇ ଖରିଦ କରିବା କଥା ଆଲୋଚନା କରିଥିଲେ।

‘ଏନ୍‌ସିବି’ସୂତ୍ରରୁ ପ୍ରକାଶ ଯେ, ଏହି ଆଲୋଚନା ବେଳେ ଆର୍‌ୟନ୍‌ ଅନନ୍ୟାଙ୍କୁ ଗଞ୍ଜେଇ କଥା କହିଥିଲେ। କେଉଁଠୁ ଗଞ୍ଜେଇ ଯୋଗାଡ଼ କରି ହେବ କି, ବୋଲି ଆର୍‌ୟନ୍‌ ପଚାରିଥିଲେ। ମୁଁ ଯୋଗାଡ଼ କରିଦେବି ବୋଲି ଅନ୍ୟନ୍ୟା ଉତ୍ତର ଦେଇଥିଲେ। ଗୁରୁବାର ଦିନ ପଚରାଉଚରା ବେଳେ ‘ଏନ୍‌ସିବି’ ଅନନ୍ୟା ପାଣ୍ଡେଙ୍କୁ ଏହି ‘ଚ୍ୟାଟ୍‌’ ଦେଖାଇବାରୁ ସେ କହିଲେ, ମୁଁ ମଜା କରୁଥିଲି। ସୂଚନାଯୋଗ୍ୟ, ଏହି ‘ଚ୍ୟାଟ୍‌’ ଯୋଗୁଁ ହିଁ ‘ଏନ୍‌ସିବି’ ଅନନ୍ୟାଙ୍କୁ ସମନ୍‌ ଜାରି କରିଥିଲା।

ଗୁରୁବାର ଦିନ ଦଳେ ‘ଏନ୍‌ସିବି’ ଅଧିକାରୀ ମୁମ୍ବାଇସ୍ଥିତ ଅନନ୍ୟା ପାଣ୍ଡେ ଏବଂ ଚଙ୍କି ପାଣ୍ଡେଙ୍କ ଘରେ ପହଞ୍ଚି ପଚରାଉଚରା ପାଇଁ ଡାକିଥିଲେ। ସନ୍ଧ୍ୟାବେଳେ ପ୍ରାୟ ୨ ଘଣ୍ଟା ପର୍ଯ୍ୟନ୍ତ ତଦନ୍ତ ଚାଲିଥିଲା। ଆଜି ମଧ୍ୟ ତାଙ୍କୁ ପଚରାଉଚରା ପାଇଁ ହାଜର ହେବାକୁ କୁହାଯାଇଛି। କିନ୍ତୁ, ଆର୍‌ୟନ୍‌ଙ୍କ ପାଇଁ ଅନନ୍ୟା ଗଞ୍ଜେଇ ଯୋଗାଡ଼ କରିଥିବାର ପ୍ରମାଣ ଏପର୍ଯ୍ୟନ୍ତ ମିଳିନାହିଁ।

Spread the love