ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କ ପରଲୋକ

ପୁରୀ/ଭୁବନେଶ୍ୱର ୦୧।୦୭ : ରଥଯାତ୍ରାରେ ଆରପାରିକୁ ଚାଲିଗଲେ ବରିଷ୍ଠ ଫଟୋ ସାମ୍ବାଦିକ । ସଡ଼କ ଦୁର୍ଘଟଣାରେ ଚାଲିଗଲା ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କ ଜୀବନ । ପୁରୀ ଯାଉଥିବା ବେଳେ ସାତଶଙ୍ଖ ନିକଟରେ ଦୁର୍ଘଟଣାର ଶିକାର । ରଥଯାତ୍ରାର ଖବର ସଂଗ୍ରହ ପାଇଁ ପୁରୀ ଯାଉଥିବା ବେଳେ ଘଟିଛି ଦୁର୍ଘଟଣା ।

ଖବର ଅନୁଯାୟୀ, ରଥଯାତ୍ରାରେ ଖବର ସଂଗ୍ରହ ଲାଗି ପୁରୀ ଅଭିମୁଖେ ଯାଉଥିଲେ ଫଟୋ ସାମ୍ବାଦିକ ଅଶୋକ ପଣ୍ଡା । ସାତସଙ୍ଖ ନିକଟରେ ସଡକ ଦୁର୍ଘଟଣାରେ ଅଶୋକଙ୍କ ମୃତ୍ୟୁ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୫୨ ବର୍ଷ ହୋଇଥିବା ବୋଲି ସୂଚନା ମିଳିଛି । ତେବେ ମୃତ୍ୟୁ ଖବର ଶୁଣି ପରିବାରରେ ଦୁଃଖର ମାହୋଲ ସୃଷ୍ଟି ହୋଇଛି । ଏବେ ଅଶୋକ ପଣ୍ଡାଙ୍କ ମରଶରୀରକୁ ଏବେ କ୍ୟାପିଟାଲ ହସ୍ପିଟାଲକୁ ଅଣାଯାଇଛି। ପୋଷ୍ଟମର୍ଟମ ହେବା ପରେ ତାଙ୍କର ମରଶରୀର ପରିବାରକୁ ହସ୍ତାନ୍ତର କରାଯିବ। ସ୍ଵର୍ଗତ ପଣ୍ଡାଙ୍କ ଘର ମୟୁରଭଞ୍ଜ ଜିଲ୍ଲାର ବୈଶିଙ୍ଗାରେ ବୋଲି ଜଣାପଡିଛି ।

Spread the love