ବିଜେଡି ସରକାରଙ୍କ ମିଛ ଡ୍ରାମାର କଡା ଜବାବ ଦେଲେ ଅଶ୍ୱିନୀ

ପଦାରେ ପଡିଲା ସରକାରଙ୍କ ମିଛ ପୋଲ। ସାଧାରଣ ଲୋକଙ୍କୁ ଭ୍ରମିତ କରୁଛନ୍ତି ଶାସକ ଦଳ। ଯାହାକୁ ନେଇ ବର୍ଷିଛନ୍ତି ରେଳମନ୍ତ୍ରୀ। ରେଳମନ୍ତ୍ରୀଙ୍କୁ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଚିଠି ଲେଖିବା ପ୍ରସଙ୍ଗରେ ଉତ୍ତର ରଖିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ସିଧା ସିଧା ଟୁକୁନି ସାହୁଙ୍କ ମିଛର ପର୍ଦାଫାସ କରିଛନ୍ତି ଅଶ୍ୱିନୀ ବୈଷ୍ଣବ।ପଦ୍ମପୁର ଦେଇ ବରଗଡ଼ ଓ ନୂଆପଡ଼ାକୁ ରେଳ ସଂଯୋଗ ପାଇଁ ରେଳମନ୍ତ୍ରୀଙ୍କୁ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଚିଠି ଲେଖିବା ପ୍ରସଙ୍ଗ । ମୁହଁ ଖୋଲିଲା ବିଜେପି ।

ରେଳ ଲାଇନକୁ ପୂର୍ବରୁ ମିଳି ସାରିଛି ମଞ୍ଜୁରୀ । ଉପନିର୍ବାଚନ ଥିବାରୁ ପଦ୍ମପୁରବାସୀଙ୍କୁ ଭ୍ରମିତ କରିବାକୁ ଶାସକ ଦଳର ଏହା ଚାଲ୍ ବୋଲି କହିଛି ବିଜେପି ।ବରଗଡ଼-ନୂଆପଡ଼ା ରେଳ ଲାଇନ ପାଇଁ ପୂର୍ବରୁ ବିଜେପି ଉଦ୍ୟମ ଆରମ୍ଭ କରିଛି । ସାଂସଦ ସୁରେଶ ପୂଜାରୀ କେନ୍ଦ୍ର ରେଳ ମନ୍ତ୍ରଣାଳୟକୁ ୨୦୨୧ ଅଗଷ୍ଟ ୫ରେ ଏନେଇ ଚିଠି ଲେଖିଥିଲେ । ବରଗଡ଼-ନୂଆପଡ଼ାବାସୀଙ୍କ ଦାବିକୁ ଗ୍ରହଣ କରିବା ନେଇ ନିଜେ ଚିଠି ଲେଖି ଅବଗତ କରାଇଥିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ରେଳ ମନ୍ତ୍ରଣାଳୟ ପକ୍ଷରୁ ଏହି ଚିଠି ଗତ ଜାନୁଆରୀ ୧ରେ ସୁରେଶ ପୂଜାରୀଙ୍କ ପାଖକୁ ଆସିଥିଲା ।

ଏଥିରେ ବରଗଡ଼-ନୂଆପଡ଼ା ରେଳ ଲାଇନକୁ ମଞ୍ଜୁରୀ ମିଳିଥିବା ନେଇ ଉଲ୍ଲେଖ କରିଥିଲେ ରେଳମନ୍ତ୍ରୀ ।୧୪୨ କିଲୋମିଟର ରେଳ ଲାଇନରେ ପଦ୍ମପୁର ସମେତ ୧୪ଟି ଷ୍ଟେସନ ରହିବ ବୋଲି ଚିଠିରେ ଉଲ୍ଲେଖ ରହିଛି । ଏବେ ବଡ ପ୍ରଶ୍ନ ଉଠୁଛି କି ଟୁକୁନି ସାହୁ ସାଧାରଣ ଲୋକଙ୍କୁ ଭ୍ରମିତ କରି କଣ ପ୍ରମାଣ କରିବାକୁ ଚାହୁଁଛନ୍ତି ? 

Spread the love