୨୧ରେ ବାଲେଶ୍ୱର ଆସିବେ ଅଶ୍ୱିନୀ ବୈଷ୍ଣବ

୨୧ ତାରିଖରେ ଓଡ଼ିଶା ଆସିବେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ବାଲେଶ୍ୱର ଆସିବେ ରେଳମନ୍ତ୍ରୀ । ବାହାନଗା ରେଳ ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରିଥିବା ସ୍ଥାନୀୟ ଅଞ୍ଚଳର ବ୍ୟକ୍ତିଙ୍କୁ ଭେଟିବେ ଅଶ୍ୱିନୀ ବୈଷ୍ଣବ ।

ଗତ ୨ତାରିଖ ରାତିରେ କରମଣ୍ଡଳ ଟ୍ରେନ ଟ୍ରାଜେଡିର ୨ ସପ୍ତାହ ପରେ ବାଲେଶ୍ୱର ଆସୁଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ । ରେଳ ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟ ଓ ଟ୍ରାକ୍‌ ମରାମତି ସମୟରେ ଉପସ୍ଥିତ ରହି ତଦାରଖ କରିଥିଲେ । ୩ ଦିନ ଧରି ବାହାନଗାରେ ରହିଥିଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଘଟଣାଦିନ କରମଣ୍ଡଳ ଦୁର୍ଘଟଣା ପରେ ତତକ୍ଷଣାତ ସ୍ଥାନୀୟ ବାସିନ୍ଦା ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଥିଲେ । ଆହତମାନଙ୍କୁ ହସ୍‌ପିଟାଲକୁ ପଠାଇବାରେ ମଧ୍ୟ ସହାୟତା କରିଥିଲେ । ଏଥିପାଇଁ ଉଦ୍ଧାର କାର୍ଯ୍ୟରେ ସହାୟତା କରିଥିବା ସ୍ଥାନୀୟ ବାସିନ୍ଦା ଓ ସ୍ୱେଚ୍ଛାସେବୀଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ଆଗାମୀ ୨୧ତାରିଖରେ ଗସ୍ତ ଅବସରରେ ସେମାନଙ୍କୁ ଭେଟିବେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

Spread the love