ଶ୍ରୀମନ୍ଦିର ରତ୍ନଭଣ୍ଡାର ବାହାର କାନ୍ଥ ଲେଜର ସ୍କାନିଂ ଶେଷ, ୪୫ଟି ପଏଣ୍ଟରେ ସ୍କାନିଂ

ଶ୍ରୀମନ୍ଦିର ରତ୍ନଭଣ୍ଡାରରବାହାର କାନ୍ଥ ଲେଜର ସ୍କାନିଂ ଶେଷ। ଉତ୍ତର-ପୂର୍ବ, ଉତ୍ତର-ପଶ୍ଚିମ, ଉତ୍ତର ଭାଗର ୪୫ ଟି ପଏଣ୍ଟ ସହ ଯୋଡେଇ ସ୍ଥାନରେ ଲେଜର୍ ସ୍କାନିଂ ସରିଛି। ସ୍କାନିଂ ତଥ୍ୟ ସଂଗ୍ରହ ପରେ ଅନୁଧ୍ୟାନ କରାଯିବ। ୫ ଡିଗ୍ରୀ କୋଣରେ ଲେଜର ସ୍କାନିଂ ଶେଷ ହୋଇଛି। ତଥ୍ୟ ଆଧାରରେ ପାର୍ଶ୍ବ ଦେବଦେବୀ ମନ୍ଦିରର ଲେଜର ସ୍କାନିଂ କରାଯିବ। ଆବଶ୍ୟକ ପଡିଲେ ଭିତର ରତ୍ନଭଣ୍ଡାର ଲେଜର ସ୍କାନିଂ ହେବ। ଏନେଇ ଶ୍ରୀମନ୍ଦିର ପ୍ରଶାସକଙ୍କ ଅନୁମତି ଲୋଡାଯିବ। ଲେଜର୍ ସ୍କାନିଂ ସହ ନାଟମଣ୍ଡପ ଵିମ୍ ମରାମତି କାର୍ଯ୍ୟ କିଭଳି ଦୃତ ଗତିରେ ହେବ ସେ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଆଲୋଚନା କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ଏଏସ୍ଆଇ ସୁପରିଟେଡଣ୍ଟ ଡକ୍ଟର ଡି.ବି.ଗଡନାୟକ।

Spread the love