ଲିଙ୍ଗରାଜ ମନ୍ଦିରରେ ଏଏସଆଇ ଟିମ୍, ଗର୍ଭଗୃହରେ ପାଣି ଗଳିବା ଘଟଣାର କରୁଛି ଅନୁଧ୍ୟାନ

ଭୁବନେଶ୍ୱର, ୨୭।୦୮ :   ଲିଙ୍ଗରାଜ ମନ୍ଦିରରେ ଏଏସଆଇ ଟିମର ଅନୁଧ୍ୟାନ ।  ମନ୍ଦିର ସିଂହଦ୍ବାର କବାଟ ମରାମତି, ଗର୍ଭଗୃହରେ ପାଣି ଗଳିବା ଘଟଣାରେ ଏଏସଆଇ ଟିମ୍ ଅନୁଧ୍ୟାନ କରୁଛି ।

ଅନେକ ସମୟରେ ଲିଙ୍ଗରାଜ ମନ୍ଦିର ସିଂହଦ୍ୱାର କବାଟ ମରାମତି ଓ ବର୍ଷା ଦିନେ ଗର୍ଭଗୃହରେ ପାଣି ଗଳୁଥିବା ନେଇ ଅଭିଯୋଗ ଆସୁଥିଲା । ତେବେ ଶୁକ୍ରବାର ଏଏସଆଇ ଟିମ୍ ମନ୍ଦିରରେ ପହଁଚି କବାଟ ମରାମତି ଓ ପାଣି ଗଳିବା ଘଟଣାର ଅନୁଧ୍ୟାନ କରିଛି ।

ଅନୁଧ୍ୟାନ ବେଳେ ଏଏସଆଇ ସୁପରିଟେଣ୍ଡିଙ୍ଗ ଆର୍କିଓଲୋଜିଷ୍ଟଙ୍କ ସହ ବରିଷ୍ଠ ଅଧିକାରୀ, ବିଏମ୍‌ସି କମିଶନର ସଞ୍ଜୟ ସିଂ, ବିଭିନ୍ନ ନିଯୋଗ, ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ଅଧିକାରୀ ମାନେ ଉପସ୍ଥିତ ରହିଛନ୍ତି ।ସୂଚନାଯୋଗ୍ୟ ପୂର୍ବରୁ ସିଂହଦ୍ବାର କବାଟକୁ ରୁପା କବାଟ କରିବା ପାଇଁ ବିଭିନ୍ନ ନିଯୋଗ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା ।

Spread the love