ଶ୍ରୀମନ୍ଦିରରେ ଗର୍ଭଗୃହ ଯାଞ୍ଚ ଆରମ୍ଭ: ପୁରୀରେ ପହଞ୍ଚିବେ ଏଏସଆଇର ୪ ଜଣିଆ ବୈଷୟିକ ଟିମ

ପୁରୀ: ଆଜିଠାରୁ ଶ୍ରୀମନ୍ଦିରରେ ଗର୍ଭଗୃହ ଯାଞ୍ଚ ଆରମ୍ଭ ହେବ ବୋଲି ଜଣାଯାଇଛି। ଏଥିପାଇଁ ଆଜି ଏଏସଆଇର ୪ ଜଣିଆ ବୈଷୟିକ ଟିମ ପୁରୀରେ ପହଞ୍ଚିବେ। ରଥଯାତ୍ରା ସମୟରେ ପ୍ରତିବର୍ଷ ବୈଷୟିକ ଟିମ ଦ୍ୱାରା ଗର୍ଭଗୃହ ଯାଞ୍ଚ ଓ ଆବଶ୍ୟକୀୟ ମରାମତି କରାଯାଇଥାଏ। ଏ ନେଇ ବିଶେଷଜ୍ଞଙ୍କ ଦ୍ୱାରା ଗ୍ରାଉଟିଙ୍ଗ ଓ ଡ୍ରିଲିଂ କାର୍ଯ୍ୟ କରାଯିବ। ତାପରେ ଷ୍ଟିଲ ଫ୍ରେମ ଲଗାଯିବ। ଏହାପରେ ବର୍ମାଟିକ କାଠର ଦ୍ୱାରକୁ ଲଗାଯିବ। ଆଉ ଦୁଇଦିନ ଭିତରେ ଷ୍ଟିଲ ଫ୍ରେମ ସରିଲେ ତାକୁ ଲଗାଯାଇ ସେଥିରେ କବାଟକୁ ଲଗାଯିବ। ତେବେ ୯ ଦିନ ଭିତରେ କାର୍ଯ୍ୟ ସରିବ ବୋଲି କୁହାଯାଉଛି।

ସୂଚନାଯୋଗ୍ୟ, ଶ୍ରୀମନ୍ଦିର ଗର୍ଭଗୃହ ମୂଷା ସମସ୍ୟାର ସ୍ଥାୟୀ ପ୍ରତିକାର ଲାଗି ପ୍ରତ୍ନତତ୍ତ୍ବ ବିଭାଗ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ମୂଷାମାନଙ୍କର ପ୍ରବେଶ ପଥ ବନ୍ଦ ସହ ଘଉଡ଼ାଇବା ପାଇଁ ବିକଳ୍ପ ବ୍ୟବସ୍ଥା ଆପଣାଯାଇଛି। ରଥଯାତ୍ରା ଶେଷପୂର୍ବରୁ ଏହି କାମ ସରିଛି। ଏନେଇ ଆଗରୁ  ପ୍ରତ୍ନତତ୍ତ୍ବ ବିଭାଗ ଓ ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଥିଲା। ଏଥିସହ ରଥଯାତ୍ରା ପୂର୍ବରୁ ଓ ପରେ କେଉଁ କେଉଁ ମରାମତି ସବୁ ହେବ, ତାହା ନିଷ୍ପତ୍ତି ହୋଇଥିଲା।

Spread the love