ଆଜି ରାତି ୮ଟାରେ ଉଠିବ ସଟଡ଼।ଉନ ; “ପରିବା ସହ କରୋନାକୁ ଘରକୁ ନିଅନ୍ତୁନି”

ରାଜ୍ୟରେ କରୋନା ସ୍ଥିତିକୁ ନେଇ ମୁଖ୍ୟ ଶାସନସଚିବ ଅସିତ ତ୍ରିପାଠୀଙ୍କ ପ୍ରେସମିଟ। ଆଜି ୮ଟାରେ ଭୁବନେଶ୍ୱର, କଟକ ଓ ଭଦ୍ରକରେ ସହରରେ ସଟଡ଼।ଉନ ଶେଷହେବ । ସେ ଆହୁରି ମଧ୍ୟ କହିଛନ୍ତି ଗୋଷ୍ଠୀ ସଂକ୍ରମଣର କୌଣସି ଭୟନାହିଁ । ସଟଡ଼।ଉନ ଶେଷହେବା ପରେ ଭିଡ଼ ନକରିବା ପାଇଁ ସେ କହିଛନ୍ତି। ସଟଡ଼।ଉନକୁ ସମର୍ଥନ କରିଥିବାରୁ ଜନସାଧାରଣ ଓ ପୁଲିସକୁ ଧନ୍ୟବାଦ ଦେଇଛନ୍ତି।

ଏଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ତ୍ରିପାଠୀ କହିଛନ୍ତି, ସଟଡାଉନକୁ ସଫଳ କରିବା ପଛରେ ଜନସାଧାରଣଙ୍କ ଅକୁଣ୍ଠ ସହଯୋଗ ରହିଛି । ସେହିପରି ଏହି ୩ସହରରେ କାର୍ଯ୍ୟରତ ପୁଲିସ କର୍ମଚାରୀମାନେ ମଧ୍ୟ ଦକ୍ଷତାରୁ ସରକାରଙ୍କ ନିର୍ଦ୍ଦେଶକୁ ପାଳନ କରିଛନ୍ତି । ତେଣୁ ଏମାନେ ସମସ୍ତେ ଧନ୍ୟବାର ପାତ୍ର । ତେବେ ଆଜି ରାତି ୮ଟା ପରେ କଟକଣା ଉଠିବା ପରେ ଲୋକେ ବଜାରରେ ଭିଡ଼ ନକରିବାକୁ ସେ ପରାମର୍ଶ ଦେଇଛନ୍ତି । ଅତ୍ୟାବଶ୍ୟକୀୟ ସାମଗ୍ରୀ ମହଜୁଦ ଥିବାରୁ ଲୋକେ ଭୟଭୀତ ନହେବାକୁ ସେ ପରାମର୍ଶ ଦେଇଛନ୍ତି । ସେହିପରି ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ହୋଇନଥିବା ଜଣାପଡିଛି । ତେଣୁ ଭୟଭୀତ ନହୋଇ ସାମାଜିକ ଦୂରତ୍ୱ ରକ୍ଷା କରନ୍ତୁ । ନହେଲେ ମାର୍କେଟରୁ ପରିବା ପାଇଁ ଯାଇ ଘରକୁ କରୋନା ଆଣିବା ଉପୁଜିବ । ତେଣୁ ଲୋକେ ସୁରକ୍ଷିତ ରହିବାକୁ ସେ ନିବେଦନ କରିଛନ୍ତି ।
ଉଲ୍ଲେଖଥାଉ କି, ଗତ ଶୁକ୍ରବାର ରାତି ୮ଟାରୁ ରବିବାର ରାତି ୮ଟା ପର୍ଯ୍ୟନ୍ତ କଟକ, ଭୁବନେଶ୍ୱର ଓ ଭଦ୍ରକ ସହରକୁ ସଟଡାଉନ ଘୋଷଣା କରାଯାଇଥିଲା ।

Spread the love