ଛାଡପତ୍ର ପୂର୍ବରୁ ନୂଆ ଘରରକୁ ସିଫ୍ଟ ହେଲେ ଚାରୁ, ଭିଡିଓରେ କହିଲେ ଏମିତି…

ମୁମ୍ଵାଇ ୩୦।୧୦: ଚାରୁ ଆସୋପା ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଦୀର୍ଘ ସମୟ ଧରି ଚର୍ଚ୍ଚାରେ ରହିଆସିଛନ୍ତି। ସ୍ୱାମୀ ରାଜୀବ ସେନଙ୍କ ଛାଡପତ୍ର ଖବର ପରେ ଚାରୁ ବର୍ତ୍ତମାନ ତାଙ୍କ ନୂଆ ଘରକୁ ସିଫ୍ଟ ହୋଇଛନ୍ତି। ଏନେଇ ସେ ତାଙ୍କ ଭ୍ଲଗରେ ସୂଚନା ଦେଇ କହିଛନ୍ତି । ପରିବାର ସହିତ ଦିୱାଲୀ ପାଳନ କରିବା ପରେ ସେ ବର୍ତ୍ତମାନ ମୁମ୍ବାଇ ଫେରିଛନ୍ତି। କହିବାକୁ ଗଲେ ଚାରୁ ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କ ପ୍ରଶଂସକଙ୍କ ସହ ଯୋଗାଯୋଗରେ ଅଛନ୍ତି ।

‘ମେରେ ଆଙ୍ଗନେ ମେଁ’ ଫେମ୍‌ ଅଭିନେତ୍ରୀ କହିଛନ୍ତି କି ୧୯ ତାରିଖରେ ସେ ମୁମ୍ଵାଇ ଆସିବାର ଥିଲା କିନ୍ତୁ ତାଙ୍କ ଝିଅକୁ ଡେଙ୍ଗୁ ହେବାରୁ ଝିଅକୁ ହସ୍ପିଟାଲ୍‌ରେ ଆଡମିଟ୍‌ କରିଥିଲେ । ଯାହାର ଫଟୋ ସୋସିଆଲ୍‌ ମିଡିଆରେ ଦେଖିବାକୁ ମିଳିଥିଲା ।  ଯେଉଁଥିପାଇଁ ଫ୍ଲାଇଟ୍‌ କ୍ୟାନସେଲ୍‌ କରି ରାଜସ୍ଥାନରେ ରହିବାକୁ ପଡିଥିଲା । ସେଠାରେ ସେ ତାଙ୍କ ବାପା ମାଆଙ୍କ ସହ ଦିୱାଲୀ ପାଳନ କରିଥିଲେ ।  ବର୍ତ୍ତମାନ ତାଙ୍କ ଝିଅର ସ୍ୱାସ୍ଥ୍ୟରେ ଉନ୍ନତି ଆସୁଥିବାରୁ ସେ ପୁଣି ଥରେ ମୁମ୍ବାଇ ଆସିଛନ୍ତି। ଭ୍ଲଗରେ କଥାବାର୍ତ୍ତା କରି ଚାରୁ ତାଙ୍କ ନୂତନ ଘର ଦେଖାଇଛନ୍ତି।

ଚାରୁ ଆସୋପା କହିଛନ୍ତି ଯେ ଜିଆନାଙ୍କ ବର୍ଥକୁ ନେଇ ବହୁତ କିଛି ପ୍ଲାନ କରିଛନ୍ତି । ସେ କହିଛନ୍ତି କି ଜିଆନାର ପିଇସୀ (ସୁସ୍ମିତା ସେନ୍) ଏବଂ ବାବା (ଚାରୁଙ୍କ ଶ୍ୱଶୁର) ଏବଂ ତାଙ୍କ ଭଉଣୀ (ସୁସ୍ମିତା ଝିଅମାନେ) ଜନ୍ମଦିନ ପାର୍ଟିକୁ ନେଇ ବହୁତ ଉତ୍ସାହିତ ଅଛନ୍ତି । ଏହା ସହ ସେମାନେ ପାର୍ଟି ପାଇଁ ପ୍ଲାନି ଆରମ୍ଭ କରି ଦେଇଛନ୍ତି।

Spread the love