ଆଦିବାସୀ ଜମି ହସ୍ତାନ୍ତର ପ୍ରସଙ୍ଗକୁ ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ: ୧୨ଟା ପର୍ଯ୍ୟନ୍ତ ଗୃହ ମୁଲତବୀ

ଭୁବନେଶ୍ବର: ଆଦିବାସୀ ଜମି ହସ୍ତାନ୍ତର ଅଧ୍ୟାଦେଶ କ୍ୟାବିନେଟରେ ପାରିତ ହେବା ଓ ସ୍ଥଗିତ ରଖିବାକୁ ନେଇ ବିଧାନସଭାରେ ଆଜି ବିରୋଧୀ ଦଳର ସଦସ୍ୟମାନେ ହଟ୍ଟଗୋଳ କରିଛନ୍ତି। ବିଧାନସଭାରେ ପ୍ରଶ୍ନକାଳ ଆରମ୍ଭରୁ ବାଚସ୍ପତିଙ୍କ ପୋଡ଼ିୟମ ତଳେ ଉଭୟ ବିଜେପି ଓ କଂଗ୍ରେସର ସଦସ୍ୟମାନେ ହଟ୍ଟଗୋଳ କରିଛନ୍ତି। ବିରୋଧୀଙ୍କ ଅଭିଯୋଗ, ଆଦିବାସୀଙ୍କ ଜମି ହଡ଼ପ ପାଇଁ ଯୋଜନା କରିଛନ୍ତି ଓଡ଼ିଶା ସରକାର। ପେସା ଆଇନ ଲାଗୁ ପାଇଁ ବି ବିରୋଧୀ ଦାବି କରିଛନ୍ତି। ବିଜେପି ସଦସ୍ୟ ଆଦିବାସୀ କପଡ଼ାରେ ବୁଣା ଯାଇଥିବା ଉତ୍ତରୀୟ ପକେଇ ଗୃହକୁ ପ୍ରବେଶ କରିଥିଲେ। ଏହାପରେ ଗୃହକୁ ୧୨ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ।

Spread the love