ସ୍ୱପ୍ନରେ ଶିବ ଏବଂ ଶିବ ମନ୍ଦିର ଦେଖିଲେ କଣ ସଂକେତ ମିଳେ ଜାଣନ୍ତୁ

ସ୍ବପ୍ନରେ ଆମେ ଅନେକ ଥର ସେଇୟା ଦେଖୁ ଯାହା ବିଷୟରେ ଆମେ କଥାବାର୍ତ୍ତା କରୁ କିମ୍ବା ଯାହା ଆମ ମନ ଭିତରେ ରହିଥାଏ । କିନ୍ତୁ ଅନେକ ଥର ଏପରି ସ୍ବପ୍ନ ଦେଖିଥାନ୍ତି ଯାହାକୁ ଦେଖିବା ପରେ ଆମେ ଭାବୁ ଯେ, କାହିଁକି ଏପରି ସ୍ବପ୍ନ ଦେଖିଲୁ ବୋଲି? ଏହା କେଉଁ ସଂକେତ ଦେଇଥାଏ ଶୁଭ ନା ଅଶୁଭ। ମାତ୍ର ଏହି ସ୍ବପ୍ନଗୁଡିକ ଆପଣଙ୍କୁ କିଛି ସଂକେତ ଦେବା ପାଇଁ ଉଦ୍ଦିଷ୍ଟ ଥାଏ ।

ଭଗବାନ ସ୍ବପ୍ନ ମାଧ୍ୟମରେ ମନୁଷ୍ୟମାନଙ୍କ ସହିତ ଘଟିବାକୁ ଥିବା ଶୁଭ ଏବଂ ଅଶୁଭ ଘଟଣା ସଂପର୍କରେ ସଂକେତ ଦେଇଥାନ୍ତି ବୋଲି କୁହାଯାଏ। ଖରାପ ଦିନଗୁଡିକ କଟିବାକୁ ଯାଉଥିଲେ ମଧ୍ୟ ସ୍ବପ୍ନଗୁଡିକ ସଂକେତ ଦେଇଥାଏ ଏବଂ ଯଦି ସଙ୍କଟ ଆସିବାକୁ ଥାଏ ତେବେ ସ୍ବପ୍ନଗୁଡିକ ମଧ୍ୟ ସୂଚିତ କରାଇଥାଏ । ତେବେ ଆସନ୍ତୁ ଜାଣିବା ଭଗବାନ ଶିବ ଏବଂ ସ୍ୱପ୍ନରେ ସାପ ସ୍ୱପ୍ନ ଦେଖିବା ଆମକୁ କେଉଁ ସଂକେତ ଦେଇଥାଏ।

ଯଦି ଆପଣଙ୍କ ସ୍ବପ୍ନରେ ଶିବ ଲିଙ୍ଗ ଦେଖନ୍ତି ତେବେ ଏହା ଏକ ଶୁଭ ସଙ୍କେତ ଅଟେ । ଶିବ ଲିଙ୍ଗ ଦେଖିବାର ଅର୍ଥ ହେଉଛି ଅସୁବିଧା ବା ସମସ୍ୟାରୁ ମୁକ୍ତି ପାଇବାର ସଙ୍କେତ । ଏଭଳି ସଂକେତ ସେତେବେଳେ ମିଳିଥାଏ ଯେତେବେଳେ ଆପଣ ଦୀର୍ଘ ସମୟ ଧରି ଏକ ଜଟିଳ ସମସ୍ୟା ସହିତ ସଂଘର୍ଷ କରୁଛନ୍ତି । ଯେତେବେଳେ ଶିବ ଲିଙ୍ଗକୁ ସ୍ବପ୍ନରେ ଦେଖାଯାଏ, ତାହେଲେ ପରଦିନ ଶିବ ମନ୍ଦିରକୁ ଯାଆନ୍ତୁ ଏବଂ ଶିବଲିଙ୍ଗରେ ଜଳାଭିଷେକ ଅଥବା ଦୁଗ୍ଧାଭିଷେକ କରି ବେଲପତ୍ର ଏବଂ ଦୁଦୁରା ଫୁଲ ଶିବ ଲିଙ୍ଗରେ ଅର୍ପଣ କରନ୍ତୁ ।

ସେହିପରି ଯଦି ଆପଣ ସ୍ବପ୍ନରେ ଭଗବାନ ଶିବଙ୍କୁ ତାଣ୍ଡବ କରିବାର ଦେଖୁଛନ୍ତି, ତେବେ ତାହା ଆପଣଙ୍କ ପାଇଁ ଶୁଭ ସଙ୍କେତ ନୁହେଁ ଅର୍ଥାତ୍‌ ଅଶୁଭ ହୋଇଥାଏ। ଶିବଙ୍କ ତାଣ୍ଡବ ଏକ ଅପାରଗତାର ପ୍ରତୀକ ଏବଂ ଯଦି ଆପଣ ଏହାକୁ ନିଜ ସ୍ବପ୍ନରେ ଦେଖନ୍ତି, ତେବେ ବୁଝିନିଅନ୍ତୁ ଯେ ଆପଣ କିଛି ଅସୁବିଧାର ସମ୍ମୁଖୀନ ହେବାକୁ ଯାଉଛନ୍ତି । ଅର୍ଥ ସଙ୍କଟ, ବିବାଦ କିମ୍ବା ଶତ୍ରୁମାନଙ୍କର ବୃଦ୍ଧି ହୋଇପାରେ । ଯେଉଁ ଦିନ ଆପଣ ସ୍ବପ୍ନରେ ଭଗବାନ ଶିବଙ୍କର ତାଣ୍ଡବ ଦେଖିବେ, ପରଦିନ ସକାଳେ ମନ୍ଦିରକୁ ଯାଇ ଭଗବାନ ଶିବଙ୍କୁ ପୂଜାର୍ଚ୍ଚନା କରିବା ସହ ଶିବ ଚାଳିସା ପାଠ କରି ପ୍ରାର୍ଥନା କରନ୍ତୁ ।

ସ୍ବପ୍ନରେ ଶିବ ମନ୍ଦିର ଦେଖିବା ଅତ୍ୟନ୍ତ ଶୁଭ ଅଟେ । ସ୍ବପ୍ନରେ ଶିବ ମନ୍ଦିର ଦେଖିବା ଆପଣଙ୍କର ଶାରୀରିକ ସମସ୍ୟାର ନିରାକରଣର ସଙ୍କେତ ଦେଇଥାଏ ।

ସ୍ବପ୍ନରେ ଶିବ ମନ୍ଦିର ଦେଖିଲେ, ପରଦିନ ସକାଳେ ଶିବ ମନ୍ଦିରକୁ ଯାଇ ଶିବଙ୍କୁ ବେଲପତ୍ର, ଦୁଦୁରା ଏବଂ ଭାଙ୍ଗ ଅର୍ପଣ କରିବା ଉଚିତ୍ । ଏହାଦ୍ବାରା ଭଗବାନ ଶିବଙ୍କ ଆଶୀର୍ବାଦ ସବୁବେଳେ ଆପଣଙ୍କ ଉପରେ ରହିବ ।

ସ୍ବପ୍ନରେ ଭଗବାନ ଶିବ ଦେଖାଯାଇନପାରନ୍ତି, କିନ୍ତୁ ଯଦି ଆପଣଙ୍କୁ ସାପମାନେ ଘେରି ରହିଥିବାର ଦେଖନ୍ତି, ତେବେ ବୁଝିନିଅନ୍ତୁ ଯେ ଅର୍ଥ ସଙ୍କଟ ଦୂର ହେବ । ଏହା ଅତ୍ୟନ୍ତ ଶୁଭ ସଙ୍କେତ ଅଟେ । ଯଦି କୌଣସି ଅର୍ଥ ସଙ୍କଟ ନଥାଏ, ତେବେ ଆପଣଙ୍କୁ ହଠାତ୍ ଧନ ଲାଭର ସଂକେତ ଦେଇଥାଏ ।

Spread the love