କାମ କର ନହେଲେ ଅବସର ନିଅ: BSNL କର୍ମଚାରୀଙ୍କୁ ଏଭଳି ଚେତାବନୀ ଦେଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ: ବିଏସ୍‌ଏନ୍‌ଏଲ୍‌ କର୍ମଚାରୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଚେତାବନୀ। କାମ କର ନହେଲେ ଚାକିରି ଛାଡ଼। ଏଭଳି ଚେତାବନୀ ଦେଇଛନ୍ତି ରେଳ ଓ ଯୋଗାଯୋଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଲିକ୍ ହୋଇଥିବା ଏକ ଅଡିଓରେ କେନ୍ଦ୍ରମନ୍ତ୍ରୀ BSNL କର୍ମଚାରୀଙ୍କୁ ଏଭଳି ଚେତାବନୀ ଦେଉଥିବା ଶୁଣିବାକୁ ମିଳୁଛି। ଦୀର୍ଘଦିନ ଧରି ମାନ୍ଦାବସ୍ଥାରେ ଚାଲୁଥିବା ବିଏସ୍‌ଏନ୍‌ଏଲ୍‌କୁ ପୁଣିଥରେ ସଜାଡ଼ିବାକୁ ନିକଟରେ ୧.୬୪ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଥିଲେ କେନ୍ଦ୍ରମନ୍ତ୍ରୀ।

ଏହାପରେ ସରକାର ଅନେକ ସମାଲୋଚନାର ଶିକାର ବି ହୋଇଥିଲା। ତେଣୁ ଆସନ୍ତା ଦୁଇ ବର୍ଷକର୍ମଚାରୀଙ୍କୁ କଠିନ୍ନ ପରିଶ୍ରମ କରିବାକୁ କେନ୍ଦ୍ରମନ୍ତ୍ରୀ କହୁଥିବା ଭାଇରାଲ୍ ଭିଡିଓରେ ଶୁଣିବାକୁ ମିଳୁଛି। ଅଡିଓରେ ସଂସ୍ଥା କେତେ ଉନ୍ନତି କଲା ତାର ଅଡିଟ୍ ହେବ ବୋଲି ମନ୍ତ୍ରୀ କହୁଥିବାର ଶୁଣିବାକୁ ମିଳୁଛି।

ଅଡିଓ ଅନୁସାରେ ମନ୍ତ୍ରୀ କର୍ମଚାରୀଙ୍କୁ କହୁଛନ୍ତି- କାମ କର ନହେଲେ ସ୍ୱେଚ୍ଛାକୃତ ଅବସର ନିଅ। ନହେଲେ କାମ କରୁ ନଥିବା କର୍ମଚାରୀଙ୍କୁ ଜବରଦସ୍ତି ଭିଆର୍‌ଏସ୍‌ ଦେଇଦିଆଯିବ। ଯେମିତି ରେଳବାଇରେ କରାଗଲା ବୋଲି ମନ୍ତ୍ରୀ କହିଛନ୍ତି।

ଭାଇରାଲ୍ ଅଡିଓ ଅନୁସାରେ ମନ୍ତ୍ରୀ କର୍ମଚାରୀଙ୍କୁ କହୁଛନ୍ତି- କାମ କର ନହେଲେ ସ୍ୱେଚ୍ଛାକୃତ ଅବସର ନିଅ। ନହେଲେ କାମ କରୁ ନଥିବା କର୍ମଚାରୀଙ୍କୁ ଜବରଦସ୍ତି ଭିଆର୍‌ଏସ୍‌ ଦେଇଦିଆଯିବ। ଯେମିତି ରେଳବାଇରେ କରାଗଲା ବୋଲି ମନ୍ତ୍ରୀ କହିଛନ୍ତି। ସୂଚନା ଥାଉକି BSNLକୁ ପୁନରୁଦ୍ଧାର କରିବା ପାଇଁ କେନ୍ଦ୍ର ସରକାର ଯେଉଁ ୧ ଲକ୍ଷ ୬୪ ହଜାର କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି ତାହା ୩ଟି ଭାଗରେ ଖର୍ଚ୍ଚ ହେବ। ସେବାରେ ସୁଧାରଣ ଆଣିବା, ବହିଖାତା ମଜଭୁତ କରିବା ଓ ଫାଇବର ନେଟ୍‌ୱର୍କର ବିସ୍ତାର କରିବା ଦିଗରେ ଖର୍ଚ୍ଚ ହେବ।

ଏନେଇ ମନ୍ତ୍ରୀ କହିଛନ୍ତି ଯେ BSNL 4G ସେବା ଦେବାକୁ ସ୍ପେକ୍ଟ୍ରମ ଆବଣ୍ଟିତ କରିବ। ମନ୍ତ୍ରୀଙ୍କ ସୂଚନା ଅନୁସାରେ, ୨୦୧୯ରେ ପ୍ରଥମ ପୁନରୁଦ୍ଧାର ପ୍ୟାକେଜ୍‌ରେ କମ୍ପାନୀରେ ସ୍ଥିରତା ଆସିଥିଲା। ଫଳରେ BSNL ଲାଭ ଦେଖାଇଥିଲା। ଏବେ ୧,୬୪,୧୫୬ କୋଟି ଟଙ୍କାର ପ୍ୟାକେଜ ସହ BSNLଏକ ବ୍ୟବହାର୍ଯ୍ୟ ୟୁନିଟ ହେବ ବୋଲି ମନ୍ତ୍ରୀ କହିଛନ୍ତି।

Spread the love