ସମାଜସେବୀ ଅଶ୍ୱିନୀ ମିଶ୍ରଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ

ଭୁବନେଶ୍ୱର, : ବିଶିଷ୍ଟ ସମାଜସେବୀ ତଥା ବରିଷ୍ଠ ଆଇନଜୀବୀ  ଅଶ୍ୱିନୀ ମିଶ୍ରଙ୍କ ବିୟୋଗରେ ରାଜ୍ୟ  ସଭାପତି  ସମୀର ମହାନ୍ତି ଗଭୀର ଶୋକ ପ୍ରକାଶ କରିବା ସହ ସ୍ୱର୍ଗତଃ ଆତ୍ମାର ସଦଗତି କାମନା କରିଛନ୍ତି ।  ସ୍ୱର୍ଗତଃ ମିଶ୍ର ଜଣେ ସମାଜସେବୀ ଏବଂ ଦକ୍ଷ ଆଇନଜୀବୀ ବେଶ ଜଣାଶୁଣା ଥିଲେ । କଲେଜ ଜୀବନରେ ସେ ଜଣେ  ଛାତ୍ର ନେତା ଥିଲେ । ସମାଜ ସେବା କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ । ମୋର ତାଙ୍କ ସହ ବ୍ୟକ୍ତିଗତ ବନ୍ଧୁତା ଥିଲା ।

ତାଙ୍କ ବିୟୋଗ ପୂରା ସମାଜ ପାଇଁ ଏକ ଅପୂରଣୀୟ କ୍ଷତି । ସ୍ୱର୍ଗତଃ ମିଶ୍ରଙ୍କ ବିୟୋଗରେ ଶ୍ରୀ ମହାନ୍ତି ମର୍ମାହତ ବୋଲି କହିବା  ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ।

Spread the love