ଚାନ୍ଦିପୁରରେ ଏଟିଏଜିଏସ୍‌ର ବ୍ୟବହାରିକ ପରୀକ୍ଷଣ

ବାଲେଶ୍ବର ଜିଲ୍ଲା ଚାନ୍ଦିପୁର ଠାରେ ଅବସ୍ଥିତ ପିଏକ୍ସଇ ପରିସରରୁ ଏଟିଏଜିଏସ୍‌(ଆଡଭାନ୍ସଡ୍‌ ଟାୱାର ଆର୍ଟିଲାରୀ ଗନ୍‌ ସିଷ୍ଟମ)ର ବ୍ୟବହାରିକ ପରୀକ୍ଷଣ ହୋଇଯାଇଛି। ଡିଆରଡିଓ ପକ୍ଷରୁ ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନକୌଶଳରେ ଏହି ଅତ୍ୟାଧୁନିକ ଗନ୍‌ ସିଷ୍ଟମକୁ ବିକଶିତ କରାଯାଇଛି। ଦୀର୍ଘ ୪୮ କିଲୋମିଟର ଦୂରତାରେ ଥିବା ଟାର୍ଗେଟକୁ ଏହାର ମାରକ କ୍ଷମତା ରହିଛି ।

ଆଡଭାନ୍ସଡ୍‌ ଟାୱଡ୍‌ ଆର୍ଟିଲାରୀ ଗନ୍‌ ସିଷ୍ଟମର ଓଜନ ୧୮ ଟନ୍‌। ବିଶ୍ବରେ ଏହିଭଳି ଉନ୍ନତ ଓ ଅତ୍ୟାଧୁନିକ ମାରଣାସ୍ତ୍ର କେବଳ ଭାରତ ବିକଶିତ କରିବାରେ ସକ୍ଷମ ହୋଇଛି ବୋଲି ଏଟିଏଜିଏସ୍‌ର ପ୍ରକଳ୍ପ ନିର୍ଦ୍ଦେଶକ ଶୈଳେନ୍ଦ୍ର ଗଡ଼େ ସୂଚନା ଦେଇଛନ୍ତି । ୨୦୧୯ ମସିହାରୁ ଏହାକୁ ସ୍ଥଳସେନାରେ ବ୍ୟବହାର କରାଯାଉଛି। ଏଥିରେ ବିଭିନ୍ନ ଦିଗକୁ ବିକାଶ କରାଯାଇ ବାରମ୍ବାର ପରୀକ୍ଷା କରାଯାଉଛି। ପ୍ରତିରକ୍ଷା କ୍ଷେତ୍ରରେ ଏଟିଏଜିଏସ୍‌ ଏକ ମାଇଲ ଖୁଣ୍ଟ ପ୍ରତିଷ୍ଠା କରିବାରେ ସକ୍ଷମ ହୋଇପାରିବ ବୋଲି ପ୍ରତିରକ୍ଷା ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି।

Spread the love