ବିଶ୍ୱସ୍ତରୀୟ ଅଟଳ ବ୍ରିଜ୍‌ର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ, ସାବରମତୀ ନଦୀ ଉପରେ ହୋଇଛି ନିର୍ମାଣ

ନୂଆଦିଲ୍ଲୀ ୨୭/୦୮: ଆଜି ଅହମ୍ମଦାବାଦର ସାବରମତୀ ନଦୀ କୂଳରେ ବିଶ୍ୱ ସ୍ତରୀୟ ଅଟଳ ବ୍ରିଜ୍ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨ ଦିନିଆ ଗୁଜରାଟ ଗସ୍ତ ଅବସରରେ ଆଜି ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଉଦଘାଟିତ ହେବ ନବନିର୍ମିତ ଅଟଳ ବ୍ରିଜ୍ । ଅହମଦାବାଦରେ ସାବରମତୀ ନଦୀ ଉପରେ ଆକର୍ଷଣୀୟ ବ୍ରିଜ ନିର୍ମାଣ କରାଯାଇଛି ଯାହାକୁ ପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନାମ ଅନୁସାରେ ନାମିତ କରା ଯାଇଛି ।ଏହି ପାଦଚଲା ବ୍ରିଜଟି ପର୍ଯ୍ୟଟକଙ୍କୁ ବେଶ୍ ଆକର୍ଷଣ ମଧ୍ୟ କରିବ ବୋଲି ଆଶା କରାଯାଇଛି । ଆପଣମାନେ ଦେଖୁଛନ୍ତି ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଉଦଘାଟିତ ହେବାକୁ ଥିବା ଅଟଳ ବ୍ରିଜର ଅପରୂପ ସୌନ୍ଦର୍ଯ୍ୟକୁ । ଆକର୍ଷଣୀୟ ଅଲୋକମାଳାରେ ସଜେଇ ହୋଇଛି ଏହି ବ୍ରିଜ୍ ।ତେଣୁ ଏହା ପର୍ଯ୍ୟଟକଙ୍କ ପାଇଁ ମଧ୍ୟ ଏକ ଆକର୍ଷଣ ସାଜିବ । ଏହାକୁ ଦେଶର ସବୁଠୁ ବଡ଼ ପାଦଚଲା ବା ଫୁଟ୍ ଓଭର ବ୍ରିଜ ବୋଲି କୁହାଯାଉଛି । ଏହି ବ୍ରିଜର ଉଦଘାଟନ ସହ ୨ ଦିନ ମଧ୍ୟରେ ଅନ୍ୟ କେତେକ କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେବେ ପ୍ରଧାନମନ୍ତ୍ରୀ ।

Spread the love