ଚଳିତ ବର୍ଷ ‘ଅଟଳ ସମ୍ମାନ-୨୦୨୧’ରେ ସମ୍ମାନୀତ ହେବେ ବରିଷ୍ଠ ସଂଗଠକ ଶରତ ଚନ୍ଦ୍ର ବେହେରା

ଭୁବନେଶ୍ୱର : ୧୯୨୪ ଡିସେମ୍ବର ୨୫ ତାରିଖରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଜନ୍ମଗ୍ରହଣ କରିଥିଲେ । କୃଷି, ବିଜ୍ଞାନ, ଜାତୀୟ ରାଜପଥର ଉନ୍ନତୀକରଣ ତଥା ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ଆଦି ଅନେକ କ୍ଷେତ୍ରରେ ବାଜପେୟୀଙ୍କ ଅବଦାନ ଅତୁଳନୀୟ । ସେଥିଲାଗି ପ୍ରତିବର୍ଷ ସାରାଭାରତରେ ଡିସେମ୍ବର ୨୫ତାରିଖକୁୁ “ସୁଶାସନ
ଦିବସ” ଭାବେ ପାଳନ କରାଯାଉଛି । ଏହି ଅବସରରେ ଚଳିତ ବର୍ଷ ରାଜ୍ୟ ବିଜେପି କାର୍ଯ୍ୟାଳୟ ପରିସରରେ ଭାରତରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୯୭ ତମ ଜନ୍ମ ଦିବସ ପାଳନ ସହ ଏହି ଅବସରରେ ସମ୍ମାନ ଜନକ “ଅଟଳ ସମ୍ମାନ – ୨୦୨୧”
କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସୁଶାନ ଓ କେନ୍ଦ୍ର ରାଜ୍ୟ ସଂପର୍କ ବିଭାଗର ରାଜ୍ୟ ସଂଯୋଜକ ତଥା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଶ୍ରୀ ସୁଦର୍ଶନ ନାୟକ ସୁଚନା ଦେଇଛନ୍ତି ।
ଉତର ଓଡିଶାରେ ଭାରତୀୟ ଜନତା ପାର୍ଟୀର ସଂଗଠନର ମୁଳଦୁଆ ପକାଇଥିବା ବରିଷ୍ଠ ସଂଗଠକ ଶ୍ରୀ ଶରତ ଚନ୍ଦ୍ର
ବେହେରାଙ୍କୁ ଚଳିତ ବର୍ଷ “ଅଟଳ ସମ୍ମାନ -୨୦୨୧” ସମ୍ମାନରେ ସମ୍ମାନୀତ କରାଯିବ । ସେହିପରି ବିଶିଷ୍ଟ ରାଷ୍ଟ୍ରବାଦି କବି
ଡ.ନାରାୟଣ ପଣ୍ଡାଙ୍କୁୁ “ଅଟଳ କବିତା ସମ୍ମାନ -୨୦୨୧” ରେ ସମ୍ମାନୀତ କରାଯିବ । ଡ. ପଣ୍ଡା ଓଡିଆ ଭାଷାରେ ରାଷ୍ଟ୍ରବାଦୀ କବିତା ଲେଖିବା ସହ ସମାଜର ବ୍ୟବସ୍ଥା ପରିବର୍ତନ ଓ ସଂସ୍କୃତିର ସୁରକ୍ଷା ପାଇଁ ଚେଷ୍ଟିତ ଅଛନ୍ତି । ସେହିପରି ବିଶିଷ୍ଟ ସମାଜସେବୀ ଶ୍ରୀ ଲକ୍ଷ୍ମଣ ମହାନ୍ତିଙ୍କୁ “ଅଟଳ ସମାଜସେବୀ ସମ୍ମାନ -୨୦୨୧” ସମ୍ମାନରେ ସମ୍ବର୍ଦ୍ଧିତ କରାଯିବ । ରାଜ୍ୟ କାର୍ଯାଳୟରେ ଆସନ୍ତା ଡିସେମ୍ବର ୨୫ ତାରିଖ ଦିନ ସ୍ୱର୍ଗତଃ ବାଜପେୟୀଙ୍କ ଜନ୍ମଦିନ ଅବସରରେ ‘ଅଟଳ ସମ୍ମାନ- ୨୦୨୧’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତୃବୃନ୍ଦ ଯୋଗଦେବେ ବୋଲି ଶ୍ରୀ ନାୟକ ସୂଚନା ଦେଇଛନ୍ତି । ଏହି ଅବସରରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ପଂଚାନନ ନାୟକ ଉପସ୍ଥିତ ଥିଲେ ।

Spread the love