ଜାନୁଆରି ୧୯ରେ ମୁକ୍ତିଲାଭ କରିବ ଅଟଳଙ୍କ ବାୟୋପିକ୍

ଅଭିନେତା ପଙ୍କଜ ତ୍ରିପାଠୀ ମଙ୍ଗଳବାର ଘୋଷଣା କରିଛନ୍ତି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୀବନୀ ଆଧାରିତ ଚଳଚ୍ଚିତ୍ର ‘ମେଁ ଅଟଳ ହୁଁ’ ଆସନ୍ତା ବର୍ଷ ଜାନୁଆରି ୧୯ ତାରିଖରେ ବଡ଼ ପରଦାରେ ମୁକ୍ତିଲାଭ କରିବ। ଜାତୀୟ ଚଳଚ୍ଚିତ୍ର ପୁରସ୍କାରପ୍ରାପ୍ତ ଅଭିନେତା ପଙ୍କଜ ଏଥିରେ ମୁଖ୍ୟ ଚରିତ୍ର (ଅଟଳଙ୍କ ଭୂମିକା)ରେ ଅଭିନୟ କରିଛନ୍ତି।

ସାମାଜିକ ଗଣମାଧ୍ୟମ ‘ଇନ୍‌ଷ୍ଟାଗ୍ରାମ୍’ରେ ପଙ୍କଜ ଏହି ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ରର ନୂଆ ପୋଷ୍ଟର୍ ଉନ୍ମୋଚନ କରିଛନ୍ତି ଯେଉଁଥିରେ ଉଲ୍ଲେଖ ରହିଛି, “ସୁନାର ହୃଦୟ, ଲୌହ ମାନବ। ଜଣେ କବି ଯିଏ ଭାରତର ନୂଆ ଇତିହାସ ରଚିଥିଲେ। ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ କାହାଣୀ ‘ମେଁ ଅଟଳ ହୁଁ’ ଦେଖନ୍ତୁ ୨୦୨୪ ଜାନୁଆରି ୧୯ ତାରିଖରେ।’’ ଚଳଚ୍ଚିତ୍ର ନିର୍ମାତା ରବି ଯାଦବ ଏହି ସିନେମାର ନିର୍ଦେଶନା ଦେଇଥିବା ବେଳେ ରବିଙ୍କ ସମେତ ଉତ୍କର୍ଷ ନୈଥାନୀ ଓ ଋଷି ବୀରମଣୀ ଏହାର କାହାଣୀ ରଚନା କରିଛନ୍ତି।

Spread the love