ଡ୍ରେସ୍‌ରେ ଅଠା ଲାଗିଛି କି! ତାହାଲେ ଆପଣନ୍ତୁ ଏହି ଉପାୟ

ସାଧାରଣତଃ ଅଠା କିମ୍ବା ଫେଭିକଲରେ କାମ କରୁଥିବା ବେଳେ ଏହା ଡ୍ରେସ୍‌ରେ ପଡ଼ିଯିବା ଭୟ ଥାଏ। ଥରେ ଏହି ଅଠା ଡ୍ରେସ୍‌ରେ ପଡ଼ିଲେ ଦାଗ ଆଉ ଛାଡ଼ିନଥାଏ ବୋଲି ସମସ୍ତଙ୍କର ଏକ ଧାରଣା ରହିଛି। କିନ୍ତୁ ଆଜି ଆମେ ଆପଣଙ୍କୁ କିଛି ଏଭଳି ଟିପ୍ସ କହିବୁ ଯାହା ସାହାଯ୍ୟରେ ଆପଣ ଡ୍ରେସ୍‌ରୁ ଅଠା ଦାଗକୁ ସହଜରେ ଛଡ଼ାଇପାରିବେ। ଆସନ୍ତୁ ଜାଣିବା କ’ଣ ସେହି ଟ୍ରିକ୍‌…

ଯଦି ଡ୍ରେସ୍‌ରେ ଅଠା ଲାଗି ଦାଗ ହୋଇଯାଇଛି। ତେବେ ଏହାକୁ ହଟାଇବାକୁ ଆପଣ ହାଇଡ୍ରୋଜେନ୍‌ ପେରକ୍‌ସାଇଡ୍‌ ବ୍ୟବହାର କରିପାରିବେ। ହାଇଡ୍ରୋଜେନ୍‌ ପେରକ୍‌ସାଇଡ୍‌ ସହ ଲେମ୍ବୁ ମିଶାଇ ୨ ମିନିଟ୍‌ ଦାଗ ହୋଇଥିବା ସ୍ଥାନରେ ଲଗାନ୍ତୁ। ପରେ ପାଣିରେ ଘଷି ଘଷି ଧୋଇଦିଅନ୍ତୁ। ଦାଗ ଛାଡ଼ିଯିବ।
ଅଠା ଦାଗ ଛଡ଼ାଇବା ପାଇଁ ଆପଣ ନେଲପଲିସ ରିମୁଭର ମଧ୍ୟ ବ୍ୟବହାର କରିପାରିବେ। ୨ ମିନିଟ୍‌ ପାଇଁ ରିମୁଭରକୁ ଦାଗ ହୋଇଥିବା ସ୍ଥାନରେ ପକାନ୍ତୁ। ପରେ ବ୍ରଶରେ ଘଷି ଦିଅନ୍ତୁ। ସଫା ହୋଇଯିବ।

ଫେଭିକଲ୍‌ ଦାଗ ଛଡ଼ାଇବାକୁ ପେଷ୍ଟ ବି ଏକ ଭଲ ବିକଳ୍ପ। ଏଥିପାଇଁ ଆଙ୍ଗୁଠିରେ କିଛି ପେଷ୍ଟ ନେଇ ଦାଗ ହୋଇଥିବା ସ୍ଥାନରେ ଲଗାନ୍ତୁ। ୩ ମିନିଟ୍‌ ପରେ ବ୍ରଶରେ ଘଷି ସାଦା ପାଣିରେ ଧୋଇ ଦିଅନ୍ତୁ। ସହଜରେ ଦାଗ ଛାଡ଼ିଯିବ।

Spread the love