ବଜ୍ରପାତରେ ୩୦ ଜଣଙ୍କ ମୃତ୍ୟୁ, ୨୭ ଗୁରୁତର

ପାଣିପାଗରେ ହାଠାତ ପରିବର୍ତ୍ତନ ହେବା ଫଳରେ ବିହାର ଅନେକ ସ୍ଥାନରେ ବାର୍ଷା ଓ ପବନ ତାଣ୍ଡବ ରଚିଥିଲା । ବର୍ଷା ପାଇଁ ଗରମରୁ ତ୍ରାହି ମିଳିଛି । କିନ୍ତୁ ଏହି ବର୍ଷା ଅନେକଙ୍କ ପାଇଁ କାଳ ହୋଇଛି । ରାଜ୍ୟର 14ଟି ଜିଲ୍ଲାରେ ଆକାଶରୁ ମୃତ୍ୟୁ ଖସିଛି । ରାଜ୍ୟରେ ବିଭିନ୍ନ ସ୍ଥାନରେ ବଜ୍ରପାତ ହେବା ଫଳରେ 30 ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି 27 ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ବିହାରର ବେଗୁସରାୟରେ ସବୁଠାରୁ ଅଧିକ ମୃତ୍ୟୁ ହୋଇଛି ।

ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଲୋକଙ୍କ ମୃତ୍ୟୁ ଉପରେ ଦୁଃଖ ପ୍ରକାଶ କରିଛନ୍ତି । ନୀତିଶ କୁମାର ପ୍ରତିକ୍ରିୟା ଦେଇ କହିଥିଲେ ଯେ ଏହି ବିପଦ ସମୟରେ ରାଜ୍ୟ ସରକାର ପୀଡିତ ମାନଙ୍କ ସହ ଅଛନ୍ତି । ମୃତକମାନଙ୍କ ପାଇଁ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ  ଚାରି-ଚାରି ଲକ୍ଷର ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ଏହାପୂର୍ବରୁ ମଧ୍ୟ ମଙ୍ଗଳବାର ଦିନ ରାଜ୍ୟରେ ବଜ୍ରପାତରେ 11 ଜଣଙ୍କ ମୃତ୍ୟୁ ହୋଇଥିଲା ।

Spread the love