ଏଟିଏମରୁ କରୋନା ସଂକ୍ରମଣ ! ୩ ସେନା କର୍ମଚାରୀଙ୍କ ରିପୋର୍ଟ ପଜିଟିଭ

ଏଟିଏମ ରୁ ଗୁଜୁରାଟର ଭଦୋଦରାଠାରେ ୩ ଜଣ ଯବାନ କରୋନା ସଂକ୍ରମିତ ହୋଇଛି । ଯବାନମାନଙ୍କର କରୋନା ପରୀକ୍ଷା ରିପୋର୍ଟ ପଜିଟିଭ ବୋଲି ଜଣାପଡିଛି । ପ୍ରାଥମିକ ଅନୁସନ୍ଧାନ ଅନୁଯାୟୀ, ଏହି ଯବାନମାନେ ଗୋଟିଏ ଏଟିଏମ୍ ବ୍ୟବହାର କରିଥିଲେ । ଗୋଟିଏ ଦିନରେ ୩ ଜଣ ଯବାନ ସେହି ଏଟିଏମ୍ ରୁ ଟଙ୍କା ଉଠାଇ ନେଇଥିଲେ । ଏଟିଏମ୍ ଯୋଗୁଁ ୩ ଜଣ ଯବାନ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି ।

ସେମାନଙ୍କ ସଂସ୍ପର୍ଶରେ ଆସିଥିବା ୨୮ ଜଣଙ୍କୁ କ୍ବାରେଣ୍ଟାଇନ୍ କରାଯାଇଛି । ଏହାପୂର୍ବରୁ ମହାରାଷ୍ଟ୍ରରେ ନୌସେନା କର୍ମଚାରୀ ମଧ୍ୟ କରୋନା ସଂକ୍ରମିତ ହୋଇଥିବା ଜଣାପଡିଥିଲା । ଭାରତୀୟ ନୌସେନାର କର୍ମଚାରୀମାନେ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି । ନୌସେନାର ୨୫ ରୁ ଅଧିକ କର୍ମଚାରୀଙ୍କ କରୋନା ପରୀକ୍ଷା କରାଯାଇଥିଲା । ସେଥିମଧ୍ୟରୁ ୨୧ ଜଣଙ୍କର ରିପୋର୍ଟ ପଜିଟିଭ ଥିଲା । ମୁମ୍ବାଇର INS Angreରେ ୨୧ ଜଣ କର୍ମଚାରୀ ସଂକ୍ରମିତ ହୋଇଥିଲେ । ବର୍ତ୍ତମାନ ଯବାନମାନଙ୍କ ଅବସ୍ଥା ସ୍ଥିର ରହିଛି ଏବଂ ଚିକିତ୍ସା ଚାଲିଛି ।

Spread the love