କାଲିଠାରୁ ଅନଲାଇନ ଏଟିଏମ୍‌ ଟ୍ରାନ୍‌ଜାକ୍ସନ ଓ ଅନଲାଇନ ଅର୍ଡର ପଡିବ ମହଙ୍ଗା

ଆସନ୍ତାକାଲି ଠାରୁ ନୂତନ ବର୍ଷ ଅର୍ଥାତ୍‌ ୨୦୨୨ ବର୍ଷ ଆରମ୍ଭ ହେଉଛି। ନୂତନ ବର୍ଷର ପ୍ରାରମ୍ଭରେ ସାଧାରଣ ଜନତା ମୁଦ୍ରାସ୍ଫୀତିର ଏକ ବଡ଼ ଝଟ୍‌କା ଲାଗିପାରେ। ବାସ୍ତବରେ, ୨୦୨୨ରୁ ଅନେକ ଜିନିଷ ଉପରେ ଟ୍ୟାକ୍ସ ବୃଦ୍ଧି ପାଉଛି। ଏଥିରେ ଏଟିଏମ୍‌ ଟ୍ରାନ୍‌ଜାକ୍ସନ, ରେଡିମେଡ୍‌ ପୋଷାକ ଏବଂ ଜୋତା, କିଣିବା ଠାରୁ ଆରମ୍ଭ କରି ଅନଲାଇନରେ ଖାଦ୍ୟ ଅର୍ଡର କରିବା ସାମିଲ ରହିଛି।

ଜାନୁଆରୀ ୧ ରୁ ପୋଷାକ ଉପରେ ଜିଏଷ୍ଟି ହାର ୫% ରୁ ୧୨% କୁ ବୃଦ୍ଧି ପାଇବ। ଟେକ୍ସଟାଇଲ୍ ବ୍ୟବସାୟୀମାନେ କହିଛନ୍ତି ଯେ ଜିଏଷ୍ଟିର ବୃଦ୍ଧି ଖୁଚୁରା ବ୍ୟବସାୟ ଉପରେ ଖରାପ ପ୍ରଭାବ ପକାଇବ। ବ୍ୟବସାୟୀମାନେ ଜିଏଷ୍ଟି ବୃଦ୍ଧିକୁ ବିରୋଧ କରୁଥିବା ମଧ୍ୟ ଜଣାପଡ଼ିଛି। ଏଭଳି ପରିସ୍ଥିତିରେ ଗ୍ରାହକଙ୍କୁ ନୂଆ ବର୍ଷରୁ ରେଡିମେଡ୍‌ ପୋଷାକ କିଣିବା ପାଇଁ ଅଧିକ ଟଙ୍କା ଦେବାକୁ ପଡିବ। ଏହି ଟ୍ୟାକ୍ସ ପହିଲାରୁ ଲାଗୁ ହେବ।

ଯଦି ଆପଣ ଅନଲାଇନ ଖାଦ୍ୟ ଅର୍ଡର କରନ୍ତି ତେବେ ଆପଣଙ୍କୁ ଗତ ମାସ ଅପେକ୍ଷା ଅଧିକ ଦେୟ ଦେବାକୁ ପଡିପାରେ। କାରଣ ନୂଆ ବର୍ଷରେ ଅନଲାଇନ ଖାଦ୍ୟ ବିତରଣ ଆପ୍ସ ଜୋମାଟୋ ଏବଂ ସ୍ବିଗି ଅନଲାଇନ ଖାଦ୍ୟ ଅର୍ଡର କରିବା ପାଇଁ ଟ୍ୟାକ୍ସ ମଧ୍ୟ ଦେବାକୁ ପଡିବ।

ଜାନୁୟାରୀରୁ ୧ରୁ, ୫% ଜିଏଷ୍ଟି ଖାଦ୍ୟ ବିତରଣ ଆପରେ ପ୍ରଯୁଜ୍ୟ ହେବ। ତେବେ ଉପଭୋକ୍ତାମାନଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ କାରଣ ଏହା ସ୍ପଷ୍ଟ ହୋଇଛି ଯେ ସରକାର ଗ୍ରାହକଙ୍କଠାରୁ ଏହି ଟିକସ ସଂଗ୍ରହ କରିବେ ନାହିଁ। ଏପରି ପରିସ୍ଥିତିରେ, ଆସନ୍ତାକାଲିଠୁ ଆପ୍ ମାଧ୍ୟମରେ ଅନଲାଇନ ଖାଦ୍ୟ ଅର୍ଡର କରିବା ଗ୍ରାହକଙ୍କ ପାଇଁ ମହଙ୍ଗା ପଡିପାରେ।

Spread the love