ଏଟିଏମ୍ ଭାଙ୍ଗିଲେ ଟଙ୍କା ନଥିବାରୁ ଫିଙ୍ଗିଦେଲେ..

ଭୁବନେଶ୍ୱର: ରାଜଧାନୀରେ ପୁଣି ଏଟିଏମ୍ ଲୁଟ ।  ଗତକାଲି ବିଳମ୍ବିତ ରାତିରେ ଶିଶୁପାଳଗଡ଼ ଲିଙ୍ଗିପୁର୍ ହାଉସିଂବୋର୍ଡ ଛକରେ ଏସବିଆଇ ଏଟିଏମ ଲୁଟ କରିଛନ୍ତି ଦୁର୍ବୃତ୍ତ । ଟଙ୍କା ନ ବହାରିବାରୁ ଏଟିଏମ ମେସିନକୁ ଘୋଷାଡି ଘୋଷାଡି କିଛିବାଟ ନେଇଛନ୍ତି ଦୁର୍ବୃତ୍ତ । ଏଟିଏମ୍ ଭିତରେ ଓ ବାହାରେ ପଡ଼ିଛି ଟେଣ୍ଡହାଉସ କପଡ଼ା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି  ।

ତେହେ ଏହି ଏଟିଏମ ଲୁଟରେ କେଉଁମାନେ ସଂଶ୍ଲିଷ୍ଟ ରହିଛନ୍ତି ? କେମିତି ଏଟିଏମ ଭିତରକୁ ଟେଣ୍ଟ କପଡ଼ା ଗଲା  । ଏଥିରେ ଟେଣ୍ଟ ହାଉସର କର୍ମଚାରୀଙ୍କ ସମ୍ପୃକ୍ତି ରହିଛି କି ? ଏମିତି ଅନେକ ଦିଗକୁ ନେଇ ପୋଲିସ ତନାଘନା ଆରମ୍ଭ କରିଛି  । କିନ୍ତୁ ସବୁଠାରୁ ବଡ଼ କଥା ହେଉଛି , ଏଟିଏମ ଲୁଟ ପାଇଁ ଦୁର୍ବୃତ୍ତ ସତ ଚେଷ୍ଟା କରିଥିବା ସତ୍ତ୍ୱେ ଏଟିଏମରେ ଟଙ୍କା ନଥିଲା   । ବିଫଳ ହେବା ପରେ ଏଟିଏମ ମେସିନକୁ ଘୋଷାଡ଼ି ଘୋଷାଡ଼ି ବାହାରେ ଫୋଫାଡିଦେଇଛନ୍ତି  ଦୁର୍ବୃତ୍ତ  ।

Spread the love