ଆତ୍ମନିର୍ଭରଶୀଳ ଓଡିଶା ହେଲେ, ଆତ୍ମନିର୍ଭରଶୀଳ ଭାରତ ସମ୍ଭବ : ସମୀର ମହାନ୍ତି ସମୀର ମହାନ୍ତି

ଦେଶକୁ ଆତ୍ମନିର୍ଭରଶୀଳ ତଥା ସ୍ୱାବଲମ୍ବୀ କରିବା ପାଇଁ ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଥିବା ବେଳେ ଏହାକୁ ସ୍ୱାଗତ କରିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି । ଏଥିପାଇଁ ଶ୍ରୀ ମହାନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଓଡିଶାରେ ଅମାପ ପ୍ରାକୃତିକ ସମ୍ପଦ, ଖଣିଜ ପଦାର୍ଥ ଭରିରହିଛି। ବର୍ତମାନ ସମୟରେ ଏହାର ପର୍ଯ୍ୟାପ୍ତ ସୁଯୋଗନେବାର ଆବଶ୍ୟକତା ରହିଛି। ଆତ୍ମନିର୍ଭରଶୀଳ ଭାରତସେବେ ସମ୍ଭବ ଯେବେ ଆତ୍ମନିର୍ଭରଶୀଳ ଓଡିଶା ହେବ ବୋଲି ଶ୍ରୀ  ମହାନ୍ତି କହିଛନ୍ତି ।

ଶ୍ରୀ ମହାନ୍ତି କହିଛନ୍ତିଯେ, ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ଆତ୍ମନିର୍ଭରଶୀଳ ଭାରତ ଗଠନ ପାଇଁ ଯେଉଁ ସବୁ ସୂଚନା ଦେଇଛନ୍ତି ତାହା ଦ୍ୱାରା ଓଡିଶାକୁ ନୂଆ ଶକ୍ତି ମିଳିବ। ରାଜ୍ୟରେ ଇସ୍ପାତ, ଆଲୁମିନିୟମ ଭଳି ଅନେକ କ୍ଷେତ୍ରରେ ଭରପୁର ପରିମାଣରେ ରହିଛି । ଏହାର ବ୍ୟବହାର କରି ଓଡିଶାକୁ ନୂଆ ଶିଖରକୁ ନେବା ପାଇଁ ପଡିବ । କେନ୍ଦ୍ର ଅର୍ଥମନ୍ତ୍ରୀ ଏମଏସଏମଇକୁ ବିସ୍ତାର କରିବା ପାଇଁ ୫୦ ହଜାର କୋଟି ଘୋଷଣା କରିଛନ୍ତି। ଏମଏସଏମଇ ପାଇଁ ୧୦ ହଜାର କୋଟିର ‘ଫଣ୍ଡସ୍ ଅଫ୍ ଫଣ୍ଡ’ର ବ୍ୟବସ୍ଥା କରିଛନ୍ତି। ଏହାଦ୍ୱାରା ଓଡିଶାର ଏମଏସଏମଇ ସେକ୍ଟରରେ ଅଭିବୃଦ୍ଧି ଘଟିବ ଓ ରାଜ୍ୟର ସମ୍ଭାବ୍ୟ ଅର୍ଥନୀତି ମଜବୁତହେବ।ଏତଦବ୍ୟତିତ ରାଜ୍ୟର ପର୍ଯ୍ୟଟନ, କୁଟୀର ଶିଳ୍ପ, ହସ୍ତତନ୍ତ, ବୟନଶିଳ୍ପ, ଡାଇମଣ୍ଡ ପ୍ରକ୍ରିୟାକରଣକୁ ଗତିଦେବ ବୋଲି ବିଜେପି ସଭାପତି ମତବ୍ୟକ୍ତ କରିଛନ୍ତି ।

ସେହିପରି କେନ୍ଦ୍ର ଅର୍ଥମନ୍ତ୍ରୀ ଏହି ସ୍ୱତନ୍ତ୍ର ପ୍ୟାକେଜରେ ଭୂମି, ଶ୍ରମ, ନଗଦ ଅର୍ଥ ଓ ଆଇନ କ୍ଷେତ୍ରରେ ସଂସ୍କାର ଆଣିବା ଉପରେ ଗୁରୁତ୍ୱ ଦେଇଛନ୍ତି। ସ୍ଥାନୀୟ ଉତ୍ପାଦକୁ ବିଶ୍ୱରେ ପହଁଚାଇବାର ଯେଉଁ ଅଭିନବ ଉଦ୍ୟମ କରାଯାଇଛି ତାହା ପ୍ରଶଂସନୀୟ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

Spread the love