ଦୁଷ୍କର୍ମ ପୀଡିତାଙ୍କୁ ଯୁକ୍ତ ୨ ପରୀକ୍ଷା ଦେବାରୁ ବଞ୍ଚିତ କଲା ସ୍କୁଲ

ରାଜସ୍ଥାନରେ ଜଣେ ଦ୍ୱାଦଶ ଶ୍ରେଣୀ ଛାତ୍ରୀ ଅଭିଯୋଗ କରିଛନ୍ତି କି, ସେ ଯେଉଁ ସ୍କୁଲରେ ପଢୁଥିଲେ ସେହି ସ୍କୁଲ ତରଫରୁ ତାଙ୍କୁ ବୋର୍ଡ ପରୀକ୍ଷା ଦେବାକୁ ବଞ୍ଚିତ କରାଯାଇଛି । ଏହି ଛାତ୍ରୀ ଜଣଙ୍କ ସହ ଗତବର୍ଷ ସାମୁହିକ ବଳକ୍ରାର କରାଯାଇଥିଲା । ଛାତ୍ରୀ ଜଣଙ୍କ ତାଙ୍କ ଅଭିଯୋଗରେ ଲେଖିଛନ୍ତି ଯେ ସ୍କୁଲ ଅଧକାରୀ କହିଲେ ଯଦି ସେ ପରୀକ୍ଷା ହଲରେ ବସନ୍ତି ତେବେ ସ୍କୁଲର ପରିବେଶ ଖରାପ ହେବ । ହେଲେ ସ୍କୁଲ ତରଫରୁ ଦାବି କରାଯାଇଛି କି, ଛାତ୍ରୀ ଜଣଙ୍କ ୪ମାସ ହେବ କ୍ଲାସକୁ ଆସୁ ନଥିବାରୁ ତାଙ୍କୁ ଆଡମିଟ୍ କାର୍ଡ ଦିଆଯାଇନାହିଁ । ଏହି ମାମଲା ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ଛାତ୍ରୀ ଜଣଙ୍କ ଅନ୍ୟ ସ୍କୁଲର ଜଣେ ଶିକ୍ଷକଙ୍କ ସହ ଯୋଗାଯୋଗ କରିଥିଲେ । ଏହାପରେ ଶିକ୍ଷକ ଜଣଙ୍କ ଛାତ୍ରୀଙ୍କୁ ଚାଇଲ୍ଡ ହେଲ୍ପ ଲାଇନ ସହ ଯୋଗାଯୋଗ କରିବାକୁ କହିଥିଲେ । ଏନେଇ ଛାତ୍ରୀଜଣଙ୍କ ଚାଇଲ୍ଡ ହେଲ୍ପ ଲାଇନ ସହ ଯୋଗାଯୋଗ କରି ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ଚାଇଲ୍ଡ ହେଲ୍ପଲାଇନ ଅଧ୍ୟକ୍ଷ ଅଞ୍ଜଳୀ ଶର୍ମା କହିଛନ୍ତି କି, ମାମଲାର ଯାଂଚ ଆରମ୍ଭ ହୋଇଛି ।

Spread the love