ନୱାଜ ସରିଫଙ୍କ ଉପରେ ଆକ୍ରମଣ

ଲଣ୍ଡନ : ଲଣ୍ଡନରେ ଅବସ୍ଥାନ କରୁଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଉପରେ ଗତକାଲି ଆକ୍ରମଣ ବେଳେ ସରିଫଙ୍କର ଜଣେ ଅଙ୍ଗରକ୍ଷୀ ଆହତ ହୋଇଛନ୍ତି। ଏହି ଘଟଣା ପାଇଁ ସରିଫଙ୍କ ଝିଅ ମରିୟମ ଇମ୍ରାନଙ୍କୁ ଗିରଫ ଦାବି କରିଛନ୍ତି। କାରଣ ଇମ୍ରାନଙ୍କ ଭାଷଣ ପରେ ସରିଫଙ୍କ ଉପରେ ଆକ୍ରମଣ ହୋଇଛି। ଇମ୍ରାନ କହିଥିଲେ ସରିଫଙ୍କ ଭାଇ ଶାହାବାଜ ଯଦି ଦେଶର ପ୍ରଧାନମନ୍ତ୍ରୀ ହୁଅନ୍ତି ତେବେ ପାକିସ୍ତାନ ଆମେରିକାର ଗୋଲାମ ହୋଇଯିବ। ସରିଫଙ୍କ ଉପରେ ଆକ୍ରମଣ କରିଥିବା ବ୍ୟକ୍ତିଙ୍କୁ ଗିରଫ ପାଇଁ ଇଂଲଣ୍ଡ ପୁଲିସ ତଦନ୍ତ ଚଳାଇଛି। ପାକିସ୍ତାନ ମୁସ୍‌ଲିମ୍‌ ଲିଗ୍‌ (ଏନ୍‌)ର ନେତା ତଥା ନୱାଜ୍‌ ସରିଫ୍‌ଙ୍କ ଭାଇ ଶେହ୍‌ବାଜ୍‌ ସରିଫ୍ ପାକିସ୍ତାନ ବିରୋଧୀ ଦଳର ନେତୃତ୍ବ ନେଉଛନ୍ତି।

Spread the love