ସାମାଜିକ କର୍ମୀଙ୍କୁ ସଂଘବଦ୍ଧ ଆକ୍ରମଣ, ଥାନାରେ ଅଭିଯୋଗ

ଭଦ୍ରକ : ସାମାଜିକ କର୍ମୀଙ୍କ ଉପରେ ସଂଘବଦ୍ଧ ଆକ୍ରମଣ।ଏଥିସହ ଗାଡ଼ିକୁ ଭାଙ୍ଗି ଦେଇଥିବା ନେଇ ଭଦ୍ରକ ଗ୍ରାମାଞ୍ଚଳ ଥାନାର ହୋଇଛି ଅଭିଯୋଗ | ସୂଚନା ଅନୁସାରେ ଗତକାଲି ରାତିରେ ବାଲେଶ୍ବର ଜିଲ୍ଲାର ସାମାଜିକ ସଂଗଠନ ଦୁଃଖ ସୁଖ ସାଥୀର ସଭାପତି ଆକାଶ କୁମାର ନାୟକ ତାଙ୍କ ସାଥୀଙ୍କ ସହ କାର ଯୋଗେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଭୁବନେଶ୍ବର ଯାଉଥିଲେ । ତେବେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ୧୬ ନଂ ଜାତୀୟ ରାଜପଥ ଚରମ୍ପା ଧାମରା ବ୍ରିଜ୍ ନିକଟରେ ରାସ୍ତା ଜାମ ହୋଇଯାଇଥିଲା | ଏହି ସମୟରେ ଜାମ ଭିତରେ ଏକ ଆମ୍ବୁଲାନ୍ସ ଅଟକି ଯାଇଥିଲା | ଆମ୍ବୁଲାନ୍ସକୁ ବାଟ କଡେଇ ପାଇଁ ସାମାଜିକ କର୍ମୀ ଓ ତାଙ୍କ ସାଥୀ ଚେଷ୍ଟା କରୁଥିବା ବେଳେ ଏକ ସ୍କୋର୍ପିଓ ଗାଡ଼ି ବସିଥିବା କିଛି ଯୁବକଙ୍କ ସହ ଯୁକ୍ତିତର୍କ ହୋଇଥିଲା | ପରେ ଅତର୍କିତ ଭାବେ ଉକ୍ତ ଯୁବକମାନେ ଆକଶଙ୍କ ସମେତ ତାଙ୍କ ଉପରେ ଲୁହାଛଡ଼ ଓ ମାରାଣା ଅସ୍ତ୍ରରେ ଆକ୍ରମଣ କରିବା ସହ ଆକାଶଙ୍କ କାରଟିକୁ ମଧ୍ୟ ଭାଙ୍ଗି ଦେଇଥିଲେ | ଏହି ଆକ୍ରମଣରେ ଆକାଶଙ୍କ ସମେତ ତାଙ୍କ ସାଥୀ ଓ ଡ୍ରାଇଭର ଆହାତ ହୋଇଛନ୍ତି | ଏ ନେଇ ଆକାଶ ଗ୍ରାମାଞ୍ଚଳ ଥାନରେ ଅଭିଯୋଗ କରି ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି |

Spread the love