କରୋନା ବେଳେ ଆମେ ରକ୍ତ ସଙ୍କଟ ଦୂର କରିବୁ

କରୋନା ବେଳେ ରାଜ୍ୟରେ ରକ୍ତ ସଙ୍କଟ ଅଭାବ ଏଡ଼ାଇବାକୁ କଟକରେ କାଲିଠାରୁ ସାତ ଦିନିଆ ରକ୍ତ ସଂଗ୍ରହ କ୍ୟାମ୍ପ ଆରମ୍ଭ କରାଯିବ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଓଡ଼ିଶା ମୋ ପରିବାର ଏହି ରକ୍ତଦାନ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବ। ମୋ ପରିବାରର ସଂଯୋଜକ ଅତୁନ ସବ୍ୟସାଚୀ ନାୟକ ଏହି ସୂଚନା ଦେଇଛନ୍ତି।
ସେହି କହିଛନ୍ତି, କଟକରେ ଆସନ୍ତାକାଲିଠାରୁ ରକ୍ତ ସଂଗ୍ରହ କ୍ୟାମ୍ପ କରାଯିବ। ସମସ୍ତ କୋଭିଡ କଟକଣା ନିୟମାବଳୀ ମାନି ଏହି କ୍ୟାମ୍ପ କରାଯିବ।
ସେହିପରି ମୋ ପରିବାରର ଆବାହକ ଅରୂପ ପଟ୍ଟନାୟକ କହିଛନ୍ତି ଯେ, ରେଡକ୍ରସରେ ଗଛିତ ଥିବା ରକ୍ତର ଅଭାବ ଥିବା ରେଡକ୍ରସ୍‌ ପକ୍ଷରୁ ସୂଚନା ଦିଆଯାଇଥିଲା। ଏଥିପାଇଁ ଓଡ଼ିଶା ମୋ ପରିବାର ପକ୍ଷରୁ ରକ୍ତ ସଂଗ୍ରହ କ୍ୟାମ୍ପ କରାଯାଇ ରକ୍ତ ସଂଗ୍ରହ କରାଯିବ।

ସୂଚନାଯୋଗ୍ୟ, ରାଜ୍ୟରେ ୮୦ ହଜାର ରକ୍ତଜନିତ ରୋଗୀ ଥିବାବେଳେ ୫୬ଟି ବ୍ଲଡ୍ ବ୍ୟାଙ୍କ ଅଛି। ତେଣୁ ରକ୍ତ ଅଭାବ ଦୂର ପାଇଁ ଓଡ଼ିଶା ମୋ ପରିବାର ପକ୍ଷରୁ କ୍ୟାମ୍ପ କରାଯାଇ ରକ୍ତ ସଂଗ୍ରହ କରାଯାଉଛି।

Spread the love