ସ୍ୱାଧୀନତା ଦିବସରେ ପରେଡ୍ ସ୍ଥାନ ପରିବର୍ତ୍ତନକୁ ନେଇ ବିଜେପି ଉଠାଇଲା ପ୍ରଶ୍ନ

ସ୍ୱାଧୀନତା ଦିବସରେ ରାଜ୍ୟସ୍ତରୀୟ ପରେଡ୍‌ ପାଇଁ ସ୍ଥାନ ପରିବର୍ତ୍ତନକୁ ନେଇ ରାଜ୍ୟ ସରକାରଙ୍କୁ  ପ୍ରଶ୍ନ କରିଛି ବିଜେପି । ଭୁବନେଶ୍ୱରର ମହାତ୍ମା ଗାନ୍ଧି ମାର୍ଗ ପରିବର୍ତ୍ତେ ପ୍ରଦର୍ଶନୀ ପଡ଼ିଆରେ ପରେଡ଼ କରିବା ପ୍ରସ୍ତାବକୁ ନେଇ ଦଳ ଆପତ୍ତି ଉଠାଇଛି।

ରାଜ୍ୟ ସରକାର ପରମ୍ପରା ଭାଙ୍ଗିବାକୁ ଯାଉଛନ୍ତି, ସେନେଇ ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ପ୍ରଶ୍ନ କରିଛନ୍ତି। ଏହାଛଡ଼ା ସ୍କୁଲ ପିଲାଙ୍କୁ ପରେଡ୍‌ରୁ ବାଦ୍ ଦିଆଯିବା ପ୍ରସ୍ତାବକୁ ନେଇ ମଧ୍ୟ ସେ ପ୍ରଶ୍ନ କରିଛନ୍ତି। ଦୀର୍ଘ ୭୨ ବର୍ଷର ପରମ୍ପରା ଭାଙ୍ଗିବା ଦୁର୍ଭାଗ୍ୟଜନକ ବୋଲି ପୃଥ୍ୱୀରାଜ କହିଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବେଶୀ ସମୟ ଧରି ଠିଆ ହୋଇପାରିବେନି ବୋଲି ଏଭଳି ପଦକ୍ଷେପ ନିଆଯାଉଛି କି ବୋଲି ସେ ପ୍ରଶ୍ନ କରିଛନ୍ତି।

Spread the love