ଅଲ ଆଉଟ୍ ହେଲା ଅଷ୍ଟ୍ରେଲିଆ, 322 ରନରେ ଭାରତ ଆଗୁଆ

ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା  ଚତୁର୍ଥ ଟେଷ୍ଟର ପ୍ରଥମ ଇନିଂସ୍‌ରେ ଅଷ୍ଟ୍ରେଲିଆ 300 ରନ୍‌ରେ ଅଲ୍‌ ଆଉଟ୍ ହୋଇଯାଇଛି। ଆଉ ଭାରତ 322ରନରେ ଆଗୁଆ ରହିଛି ।   ଏହା ସହିତ ଭାରତ ଘରୋଇ ଟିମ୍‌କୁ ଫଲୋ-ଅନ୍‌ ଦେଇଛି। ଫଳରେ ସେମାନେ ପୁଣି ଥରେ ବ୍ୟାଟିଂ ଆରମ୍ଭ କରିଛନ୍ତି।

ଆଜି ଭଳି ଗତକାଲି ବି ଏହି ମ୍ୟାଚ୍‌ରେ ବାଧା ସାଜିଥିଲା। ଗତକାଲି ତୃତୀୟ ଦିନରେ ଷ୍ଟମ୍ପ ଅପସାରଣ ବେଳକୁ ଅଷ୍ଟ୍ରେଲିଆ 6 ୱିକେଟ୍ ହରାଇ 236 ରନ୍ କରିଥିଲା। ପିଟର ହ୍ୟାଣ୍ଡସ୍କମ୍ବ 28 ଓ ପ୍ୟାଟ୍ କମିନ୍‌ସ 25 ରନ୍ କରି ଅପରାଜିତ ଥିଲେ।

ଆଜି ଏହି ଦୁଇ ଖେଳାଳି ଦଳର ଅସମାପ୍ତ ଇନିଂସ୍‌କୁ ଆଗେଇ ନେଇଥିଲେ। ତେବେ ଗତକାଲି 25 ରନ୍ କରିଥିବା ପ୍ୟାଟ୍‌ କମିନ୍‌ସ ଆଜି ଆଉ ଗୋଟିଏ ବି ରନ୍ କରିପାରି ନଥିଲେ। ତାଙ୍କୁ ମହମ୍ମଦ ଶାମି ବୋଲ୍ଡ କରି ଦେଇଥିଲେ। ଅନ୍ୟପକ୍ଷରେ ପିଟର ହ୍ୟାଣ୍ଡସ୍କମ୍ବ ଆଉ 9 ରନ୍ ଯୋଡ଼ି ଅର୍ଥାତ୍ 37 ରନ୍ କରି ଯଶପ୍ରୀତ୍ ବୁମ୍ରାଙ୍କ ବଲ୍‌ରେ ବୋଲ୍ଡ ହୋଇଯାଇଥିଲେ।

Spread the love