ଶେଷ ଦିନିକିଆରେ ଭାରତ ୨୧ରନରେ ପରାସ୍ତ

ତୃତୀୟ ଦିନିକିଆରେ ପରାସ୍ତ ହେଲା ଭାରତ । ଏହି ପରାଜୟ ସହ ଭାରତ ଅଷ୍ଟ୍ରେଲିଆ ନିକଟରୁ ୨-୧ରେ ସିରିଜ ହାରିଛି । ଚେନ୍ନାଇରେ ଖେଳାଯାଉଥିବ ଶେଷ ଦିନିକିଆରେ ଘରୋଇ ଦଳକୁ ୨୧ ରନରେ ମାତ୍ ଦେଇଛି କଙ୍ଗାରୁ ଟିମ୍ । ଅଷ୍ଟ୍ରେଲିଆ ପାଇଁ ଆଡାମ ଜାମ୍ପା ୪ ୱିକେଟ ନେଇ ଭାରତର ବିପର୍ଯ୍ୟୟରେ ପ୍ରମୁଖ ଭୂମିକା ନେଇଥିଲେ ।ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୪୯ ଓଭରରେ ୨୬୯ ସଂଗ୍ରହ କରିଥିଲା । ଏହାର ଜବାବରେ ଭାରତୀୟ ଦଳ ୪୯.୧ ଓଭରରେ ୨୬୯ ରନ ସଂଗ୍ରହ କରିପାରିଥିଲା । ଦଳ ପକ୍ଷରୁ କୋହଲି ସର୍ବାଧିକ ୫୪ ରନ କରିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୪୦ରନ କରିଥିଲେ । ଏହି ପରାଜୟ ସହ ଭାରତ ସିରିଜ ହାରିଛି ।

Spread the love