ମହିଳା ସୁରକ୍ଷା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ଏବିଭିପିର ବିକ୍ଷୋଭ

ନାରୀ ନିର୍ଯାତନା, ଦୁଷ୍କର୍ମ ଭଳି ସଙ୍ଗୀନ ଅଭିଯୋଗ ରାଜ୍ୟର ସବୁ କୋଣରୁ ଆସୁଛି । ଖୋଦ ରାଜଧାନୀରେ ବି ଦୁଷ୍କର୍ମ ହେଉଛି, ଏପରିକି ପବିତ୍ର ସ୍ଥାନ ପୁରୀରେ ପାପ ହେଉଛି । ରକ୍ଷକ ସାଜୁଛି ଭକ୍ଷକ । ଖାକି ଉପରେ ଲୋକଙ୍କ ଭରସା କମିବାରେ ଲାଗିଛି । ନ୍ୟାୟ ପାଇଁ ଲୋକେ ଯେଉଁମାନଙ୍କ ଆଗରେ ଗୁହାରି କରନ୍ତି ସେମାନ ବି ଏଭଳି ଦୁଷ୍କର୍ମ ଘଟଣାରେ ମହାନାୟକ ସାଜୁଛନ୍ତି । ଏଭଳି ଘଟଣା ଘଟିଛି ପୁରୀରେ । ତେବେ ଏସବୁ ତମାମ ପରିସ୍ଥିତିକୁ ନଜରରେ ରଖି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପକ୍ଷରୁ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି l ଆଜି ଏବିଭିପିର ହଜାର ହଜାର କାର୍ଯ୍ୟକର୍ତ୍ତା ଲୋୟର ପିଏମଜିରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଏହି ଆନ୍ଦୋଳନ କରାଯାଇଥିଲା । ମହିଳା ସୁରକ୍ଷା କ୍ଷେତ୍ରରେ  ରାଜ୍ୟ ସରକାରଙ୍କ ଅପାରଗତାକୁ ନେଇ ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଆକ୍ରୋଶ ଆଜି ଆନ୍ଦୋଳନର ରୂପ ନେଇଥିଲା । ଏପରିକି ସରକାର ଏ ଦିଗରେ କୌଣସି ଦୃଢ଼ ପଦକ୍ଷେପ ନନେଲେ ସାରା ରାଜ୍ୟରେ ଆନ୍ଦୋଳନ ମୁଣ୍ଡ ଟେକିବ ବୋଲି ମଧ୍ୟ ଏବିଭିପି ପକ୍ଷରୁ ଚେତାବନୀ ଦିଆଯାଇଛି ।

Spread the love