ସୋସିଆଲ ମିଡିଆରେ ଘୁରି ବୁଲୁଛି ପାକିସ୍ତାନର ମିଛ ଭିଡିଓ, ବିଶ୍ୱାସ ନ କରିବାକୁ କହିଲା ଭାରତୀୟ ସେନା

ପାକିସ୍ତାନ ତାର କଳା କର୍ତ୍ତୃତ୍ୱରୁ କେବେ ନିବୃତ୍ତ ରହି ପାରିବନି ।  ଏବେ ସେ ମିଛ ଭିଡିଓକୁ ପ୍ରଚାର ପ୍ରସାର କରି ଭାରତୀୟ ସେନା ଓ ମିଡିଆକୁ ବଦନାମ କରିବାକୁ ଚାହୁଁଛି ।  ସେହି ଭିଡିଓ ହେଉଛି ଭାରତୀୟ ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନଙ୍କର ଭିଡିଓ। ଏହି ଭିଡିଓରେ ପାକିସ୍ତାନୀ ଭାରତୀୟ ମିଡିଆ ଓ ସେନାକୁ ବଦମାନ କରିବାକୁ ଚେଷ୍ଟା କରୁଥିବା ବେଳେ  ପାକିସ୍ତାନ ସେନାର ଗୌରବ ବଖାଣୁଥିବା ଦେଖିବାକୁ ମିଳିଛି । ମାତ୍ର 1 ମିନିଟ 24 ସେକେଣ୍ଡର ଏହି ଭିଡିଓରେ ପ୍ରାୟ 50 କଟ୍ କରାଯାଇଥିବା ଏଡିଟିଂଗ କରାଯାଇଛି । ଏହି ଭିଡିଓ ପ୍ରସାର କରି ଭାରତୀୟଙ୍କୁ ନିଚା ଦେଖାଇବାକୁ ପାକିସ୍ତାନର ଏହି କଳା କାରନାମା ଧରା ପଡିଯାଇଛି । ଏହି ଭିଡିଓ ଯାହା ପାଖକୁ ବି ଆସିଛି ତାକୁ ସେୟାର ନ କରିବାରୁ ଭାରୟୀୟ ସେନା ପକ୍ଷରୁ କୁହାଯାଇଛି । ପାକିସ୍ତାନ ସବୁ ପ୍ରକାର ଚେଷ୍ଟା କରି ମଧ୍ୟ ବିଫଳ ହେବାରୁ ଏହି ହୀନ ମାନ୍ୟତା କାମ କରିବାକୁ ପଛାଇ ନାହିଁ। ଯେ କୌଣସି ଗ୍ରୁପ ପାଖକୁ କିମ୍ବା ଫେସବୁକରେ ଅପଲୋଡ ହୋଇଛି ତାକୁ ସେୟାର କରନ୍ତୁ ନାହିଁ ।

ପ୍ରକାଶ ଥାଉକି,  ଭାରତର ବାୟୁ ବୀର  ତଥା ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ ଗତକାଲି ଭାରତ ଫେରିଆସିଛନ୍ତି ।  ପାକିସ୍ତାନ ସେନା ତାଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ୱାଘା ସୀମାକୁ ଆଣିଥିଲା। ଏହାପରେ ସେଠାରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ତେବେ ପାକିସ୍ତାନ ପାଇଲଟ୍‌ ଅଭିନନ୍ଦନଙ୍କୁ ଭାରତକୁ ହସ୍ତାନ୍ତର କରିବାରେ ଜାଣିଶୁଣି ବିଳିମ୍ବ କରିଥିବା ଜଣାପଡ଼ିଛି। ପ୍ରଥମେ ସନ୍ଧ୍ୟା 6ଟା ଓ ପରେ ସନ୍ଧ୍ୟା 8ଟାରେ ତାଙ୍କୁ ଭାରତୀୟ ଅଧିକାରୀଙ୍କୁ ଦିଆଯିବ ବୋଲି କହିଥିଲା। ଏହାପରେ 9.22ରେ ଯାଇ ସମସ୍ତ କାଗଜପତ୍ର କାମ ଶେଷ କରି ଅଭିନନ୍ଦନଙ୍କୁ ହସ୍ତାନ୍ତର କରିଥିଲା। ଏହି ଭିଡିଓ ସୁଟିଂ କରିବା ପାଇଁ ଜାଣି ଶୁଣି ତାଙ୍କୁ ବିଳମ୍ବ କରାଯାଇଛି । ଏହି ଭିଡିଏ ସୁଟିଂ କରି ଭାରତକୁ ବିଶ୍ୱ ଦରବାରରେ ନିନ୍ଦିତ କରିବାକୁ ଚାହୁଁଥିଲା ପାକିସ୍ତାନ । ତେବେ ଅଭିନନ୍ଦନ ଭାରତ ଫେରି ଆସିବା ପରେ ସବୁ  ପାକିସ୍ତାନର ନାପାକ୍  ହରକତ ବିଷୟରେ କହିଥିଲେ । ତାଙ୍କୁ ଭାରତକୁ ହସ୍ତାନ୍ତର କରିବାକୁ ଜାଣିଶୁଣି ବିଳମ୍ବ କରାଯାଇଛି । ଅଭିନନ୍ଦନ ଭାରତ ପହଞ୍ଚିବା ପରେ କହିଛନ୍ତି ଯେ ତାଙ୍କୁ ଏମିତି ସବୁ କହିବାକୁ ବାଧ୍ୟ କରାଯାଇଥିଲା ।

 ପରେ ସୀମାରେ ଥିବା ପାକିସ୍ତାନ ଚେକ୍‌ପୋଷ୍ଟରେ ରେଞ୍ଜର୍ସମାନେ ଆବଶ୍ୟକ କାଗଜ ପତ୍ର କାମ ଶେଷ କରିଥିଲେ। ଏହା ସରିବା ପରେ ଅଭିନନ୍ଦନଙ୍କୁ ଭାରତୀୟ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ହାତରେ ହସ୍ତାନ୍ତର କରାଯାଇଛି। ଅଟ୍ଟାରି ସୀମାରେ ଅଭିନନ୍ଦନଙ୍କୁ ସ୍ୱାଗତ କରିବାକୁ ଭାରତୀୟ ବାୟୁସେନା ଓ ବୈଦେଶିକ ମନ୍ତ୍ରଣାଳୟର ଅଧିକାରୀମାନେ ଉପସ୍ଥିତ ଥିଲେ।  ଏହି ସମୟରେ ସେ କଳା ରଙ୍ଗର ବ୍ଲେଜର ପିନ୍ଧିଥିଲେ ଓ ତାଙ୍କ ମୁହଁରେ ହସ ସ୍ପଷ୍ଟ ବାରି ହୋଇପଡ଼ୁଥିଲା। ଭାରତୀୟ ସୀମାରେ ଅଭିନନ୍ଦନ ପହଞ୍ଚିବା ପରେ ତାଙ୍କୁ ପ୍ରଥମେ କନଭୟ ଯୋଗେ ଅମୃତସର ଏବଂ ପରେ ସ୍ୱତନ୍ତ୍ର ବିମାନ ଯୋଗେ ନୂଆଦିଲ୍ଲୀ ନିଆଯାଇଥିବା ଜଣାପଡ଼ିଛି।  ଅଭିନନ୍ଦନ ଅଟ୍ଟାରି ସୀମାରୁ ଯିବା ପରେ ଏୟାର ମାର୍ଶାଲ ରବି କପୁର ସାମ୍ବାଦିକ ସମ୍ମିଳନୀ କରିଥିଲେ। ସେ କହିଥିଲେ, “ ସଂପୂର୍ଣ୍ଣ ଏସ୍ଓପି ପାଳନ କରି ପାକିସ୍ତାନ ପାଇଲଟ୍‌ ଅଭିନନ୍ଦନଙ୍କୁ ହସ୍ତାନ୍ତର କରିଥିଲେ। ଏବେ ତାଙ୍କର ମେଡିକାଲ ଚେକ୍‌ ଅପ୍ କରାଯିବ। କାରଣ ସେ ବିମାନରୁ ଆକାଶ ଛତା ସହ ତଳକୁ ଡେଇଁବା ବେଳେ ଆହତ ହୋଇଥିଲେ।”

ଅମୃତସରର ଡେପୁଟି କମିଶନର ଏସ୍‌ଏସ୍‌ ଢିଲୋଂ କହିଛନ୍ତି,“ବିଳମ୍ବ କାହିଁକି ହେଲା, ସେକଥା ଆମେ ପାକିସ୍ତାନ ଅଧିକାରୀଙ୍କୁ ପଚାରିନାହୁଁ। ରାସ୍ତାରେ ଆସିବା ବେଳେ ବିଳମ୍ବ ହୋଇଥାଇ ପାରେ।” ଭାରତୀୟ ବାୟୁସେନାର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ ବୁଧବାର  ପାକିସ୍ତାନ ଯୁଦ୍ଧ ବିମାନ F-16କୁ ଧ୍ୱଂସ କରିବା ପାଇଁ ପିଓକେ ଭିତରକୁ ପଶିଯାଇଥିଲେ  । ତାଙ୍କୁ ସେଠାରୁ ପାକ୍ ସେନା କବଜା କରି ନେଇଥିଲା । ପାକିସ୍ତାନ କବଜାରେ ଭାରତୀୟ ପାଇଲଟ୍ ଥିବା ନେଇ ଭିଡିଓ ଭାଇରାଲ ହେବା ପରେ ନିସର୍ତରେ ତାଙ୍କୁ ମୁକ୍ତ କରିବାକୁ ଭାରତ ସରକାର ଦାବି କରିଥିଲେ । ପ୍ରବଳ ଅନ୍ତର୍ଜାତିକ ଚାପ ଓ ଭାରତର ଯୁଦ୍ଧ ପ୍ରସ୍ତୁତି ଦେଖି ଶେଷରେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଆଜି ଅଭିନନ୍ଦନଙ୍କୁ ମୁକ୍ତ କରିବେ ବୋଲି ଗତକାଲି ଘୋଷଣା କରିଥିଲେ । ତେବେ ଅଭିନନ୍ଦନଙ୍କୁ ଅଭିନନ୍ଦନ କରିବା ପାଇଁ ସାରେ ଦେଶ ଉତ୍ସବ ମୁଖର ହୋଇଛି ।

Spread the love