ରାମଲଲା ବିଗ୍ରହ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ବିଶାଳ ଆୟୋଜନ, ୫ ଲକ୍ଷ ମନ୍ଦିରରେ ହେବ ନାମ ସଂକୀର୍ତ୍ତନ

ଅଯୋଧ୍ୟାର ନବ ନିର୍ମିତ ମନ୍ଦିରରେ ରାମଲଲା( ଶିଶୁ ଶ୍ରୀରାମ)ଙ୍କ ଶ୍ରୀବିଗ୍ରହ ସ୍ଥାପନ ଉତ୍ସବକୁ ଏକ ମେଗା ସମାରୋହରେ ପରିଣତ କରିବାକୁ ଉଦ୍ୟମ କରାଯାଉଛି । ଅଯୋଧ୍ୟାରେ ଏହି ସମାରୋହ ଆରମ୍ଭ ହେବାର ୧୦ ଦିନ ପୂର୍ବରୁ ସାରା ଦେଶରେ ଥିବା ପ୍ରାୟ ୫ ଲକ୍ଷରୁ ଅଧିକ ମନ୍ଦିରରେ ରାମନାମ ସଂକୀର୍ତ୍ତନ ଆରମ୍ଭ କରାଯିବ । ଏହି କାର୍ଯ୍ୟକ୍ରମରେ ଶିଖ୍, ଜୈନଙ୍କ ସମେତ ଅନେକ ଧର୍ମର ଲୋକ ସାମିଲ ହେବେ । ଅଯୋଧ୍ୟାରେ ପ୍ରଣ ପ୍ରତିଷ୍ଠାନର କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯିବ ବୋଲି ଶ୍ରୀରାମ ମନ୍ଦିର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ କହିଛନ୍ତି ।

ସେ କହିଛନ୍ତି ଏହି ମେଗା ସମାରୋହକୁ କାର୍ଯ୍ୟକାରୀ କରିବାର ଦାୟିତ୍ବ ଆରଏସଏସକୁ ଦିଆଯିବ । କାରଣ ସାରା ଦେଶରେ ବିଶାଳ କାର୍ଯ୍ୟକ୍ରମ ଆୟୋଜନ କରିବାର ଅଭିଜ୍ଞତା ଏହା ପାଖରେ ରହିଛି ।

ଆସନ୍ତା ଜାନୁଆରି ମାସରେ ନବନିର୍ମିତ ରାମ ମନ୍ଦିରରେ ରାମ ଲଲାଙ୍କ ଶ୍ରୀବିଗ୍ରହଙ୍କ ପ୍ରାଣ ପ୍ରତିଷ୍ଠା ହେବ । ଏଥିପାଇଁ ସାରା ଦେଶରୁ ଅଯୋଧ୍ୟାରେ ଶ୍ରଦ୍ଧାଳୁଙ୍କ ଆଗମନ ହେବାର ସମ୍ଭାବନା ରହିଛି । ଏଥିପାଇଁ ଟ୍ରଷ୍ଟ ଓ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ବିଶାଳ ଆୟୋଜନ କରାଯାଉଛି । ତେବେ ଏହି କାର୍ଯ୍ୟକ୍ରମରେ ସାରା ଦେଶର ଲୋକମାନଙ୍କୁ ଯୋଡ଼ିବାକୁ ଦେଶର ୫ ଲକ୍ଷ ମନ୍ଦିରରେ ନାମ ସଂକୀର୍ତ୍ତନ କରାଯିବ ।

Spread the love