୪୯୨ବର୍ଷର ପ୍ରତୀକ୍ଷାର ଅନ୍ତ: ଅଯୋଧ୍ୟାର ଭୂମି ପୂଜା ସମ୍ପନ୍ନ, ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ଅଯୋଧ୍ୟା, ୫/୦୮: ୪୯୨ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟିଛି ଆଜି। ଆଉ ଭାରତ ଅତିହାସରେ ଯୋଡି ହୋଇଛି ଅଯୋଧ୍ୟାରେ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର । ଆଜି ବୈଦିକ ରୀତିନୀତି, ମନ୍ତ୍ର ଉଚ୍ଚାରଣ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିରର ଭୂମିପୂଜା ଓ ଶିଳାନ୍ୟାସ କରିଛନ୍ତି ।ଏହି ଅବସରରେ ସାରା ପ୍ରୟାଗରାଜ ରାମମୟ ହୋଇପଡ଼ିଥିଲା। ଚାରିଆଡ଼ ଜୟ ଶ୍ରୀରାମ ଧ୍ଵନିରେ ପ୍ରକମ୍ପିତ ହୋଇପଡ଼ିଥିଲା। ସହରର ଅନ୍ୟାନ୍ୟ ମନ୍ଦିରଗୁଡ଼ିକୁ ଫୁଲ ଏବଂ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି।

ଭୂମି ପୂଜା ଉତ୍ସବରେ ବହୁ ଅତିଥି ସାମିଲ ହୋଇଥିଲେ। ଆରଏସଏସ ମୁଖ୍ୟ ମୋହନ ଭାଗବତ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରମୁଖ ଉପସ୍ଥିତ ରହିଥିଲେ।ଭୂମି ପୂଜନ ପରେ ପୂଜାରି କହିଛନ୍ତି, ଏଠାରେ ୯ଟି ଇଟା ରଖାଯାଇଛି। ୧୯୮୯ରେ ବିଶ୍ଵବ୍ୟାପୀ ଭଗବାନ ରାମଙ୍କ ଭକ୍ତମାନେ ଏହି ଇଟାକୁ ପଠାଇଥିଲେ। ଏହିପରି ୨ ଲକ୍ଷ ୭୫ ହଜାର ଇଟା ରହିଛି। ସେଥିରୁ ୧୦୦ଟି ଇଟାରେ ଜୟ ଶ୍ରୀରାମ ଲେଖାଯାଇଛି। ଭୂମି ପୂଜନରେ ସ୍ଥାପନ ହୋଇଥିବା ୯ଟି ଇଟା ମଧ୍ୟରୁ ମଝିରେ ରହିଥିବା ଇଟାର ନାମ ହେଉଛି କୂର୍ମ ଶିଳା। ଏହି ଶିଳାର ଠିକ୍‌ ଉପରେ ରାମ ଲାଲା ବରାଜିତ ହେବେ।

Spread the love